‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଶୋଭାଯାତ୍ରାରେ ଯୋଗ ଦେବା ପାଇଁ ରାହୁଲଙ୍କ ନିବେଦନ
ନୂଆଦିଲ୍ଲୀ: ବିରୋଧୀ ‘ଇଣ୍ଡିଆ’ ବ୍ଲକ ପକ୍ଷରୁ ନଭେମ୍ବର ୧ରେ ଦିଲ୍ଲୀର ରାମଲୀଳା ମୈଦାନରେ ହେବାକୁ ଯାଉଥିବା ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଶୋଭାଯାତ୍ରାରେ ବିପୁଳ ସଂଖ୍ୟାରେ ଯୋଗ ଦେବା ଲାଗି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମସ୍ତଙ୍କୁ ନିବେଦନ କରିଛନ୍ତି। ଗୁରୁବାର ରାହୁଲ ସୋସିଆଲ ମିଡିଆ ‘ଏକ୍ସ’ର ଏକ ପୋଷ୍ଟରେ ଏହି ଶୋଭାଯାତ୍ରାକୁ ଭାରତର ଆତ୍ମା ବୋଲି କହିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଉପରେ ଯେଉଁମାନେ ଅସନ୍ତୁଷ୍ଟ ସେମାନେ ଏହି ଶୋଭାଯାତ୍ରାରେ ଯୋଗ ଦିଅନ୍ତୁ। ଏହି ଶୋଭାଯାତ୍ରାର ଉଦ୍ଦେଶ୍ୟ ହେଉଛି ଗଣତନ୍ତ୍ରକୁ ସୁରକ୍ଷା ଦେବା, ଭୋଟ ଚୋରି ରୋକିବା ଓ ସମ୍ବିଧାନକୁ ରକ୍ଷା କରିବା। ଏଥିରେ ସାମିଲ ହୁଅନ୍ତୁ ବୋଲି ରାହୁଲ ନିବେଦନ କରିଛନ୍ତି।
Powered by Froala Editor