କମିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ, ଜାଣନ୍ତୁ କେତେ ହେଲା ଦର...

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର । ନୂଆ ବର୍ଷର ପ୍ରଥମ ଦିନରେ କମିଛି ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ । ୧୯ କେଜି ବିଶିଷ୍ଟ ଟାଙ୍କି ଦାମ୍ ୧୦୦ ଟଙ୍କା ହ୍ରାସ ପାଇଛି । ଜାନୁଆରୀ ୧ ତାରିଖରୁ ଏହି ପରିବର୍ତ୍ତିତ ଦର ଲାଗୁ କରାଯାଇଛି । ତେବେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନି ।
ଦର ହ୍ରାସ ପାଇବା ପରେ ଦିଲ୍ଲୀରେ ବାଣିଜ୍ୟିକ ଗ୍ୟାସର ଦାମ୍ ୨୦୦୪ ଟଙ୍କାରେ ପହଞ୍ଚିଛି । ସେହିପରି ଚେନ୍ନାଇରେ ଏଲପିଜି ସିଲିଣ୍ଡର ମୂଲ୍ୟ ୨୧୩୪.୫୦ ଟଙ୍କା ଓ ମୁମ୍ବାଇବାସୀଙ୍କୁ ୧୯୫୧ ଟଙ୍କା ଦେବାକୁ ପଡ଼ିବ । କୋଲକାତାରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ଦାମ ୨୦୭୪.୫୦ ଟଙ୍କାକୁ ହ୍ରାସ ପାଇଛି ।
ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିବାରୁ ପୂର୍ବଭଳି ଗ୍ରାହକ ସମାନ ଦରରେ କିଣିବେ । ଏବେ ଦିଲ୍ଲୀରେ ବିନା ସବସିଡି ଭିତ୍ତିକ ଏଲପିଜି ସିଲିଣ୍ଡର ଦାମ୍ ରହିଛି ୯୦୦ ଟଙ୍କା । ସେହିପରି ମୁମ୍ବାଇରେ ୧୪.୨ କେଜି ଘରୋଇ ଗ୍ୟାସର ଦାମ୍ ୯୦୦ ଟଙ୍କା, କୋଲକାତାରେ ୯୨୬, ଚେନ୍ନାଇରେ ୯୧୬, ଲକ୍ଷ୍ନୌରେ ୯୩୮, ଜୟପୁରରେ ୯୦୪, ପାଟନାରେ ୯୯୮, ଇନ୍ଦୋରରେ ୯୨୮, ଅହମଦାବାଦରେ ୯୦୭, ପୁଣେରେ ୯୦୯, ଗୋରଖପୁରରେ ୯୬୨, ଭୋପାଲରେ ୯୦୬, ଆଗ୍ରାରେ ୯୧୩ ଓ ରାଞ୍ଚିରେ ଏହାର ଦାମ୍ ୯୫୭ ଟଙ୍କା ରହିଥିବା ଜଣାପଡ଼ିଛି । ତେବେ ଆଗାମୀ ଦିନରେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି ।
Powered by Froala Editor