ଓମିକ୍ରନର ଦୁଇ ନୂଆ ଲକ୍ଷଣ

ନୂଆଦିଲ୍ଲୀ: ମାଡି ଆସୁଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଦ୍ରୁତ ଗତିରେ କାୟା ବିସ୍ତାର କରିବାରେ ଲାଗିଛି । ଏହାର ମୁକାବିଲା ପାଇଁ ସରକାର ବିଭିନ୍ନ ପ୍ରକାର କଟକଣା ଜାରି କରିବା ସତ୍ତ୍ୱେ, ଏହା ସବୁ ପ୍ରକାର କଟକଣାକୁ ଭେଦ କରି ବିଭିନ୍ନ ଦେଶରେ ପଶି ସଂକ୍ରମଣ କରୁଛି । ତେବେ ଦେଶରେ ଏପର୍ଯ୍ୟନ୍ତ ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଓମିକ୍ରନ ସଂକ୍ରମଣ ହୋଇଛି । ଆଜିସୁଦ୍ଧା ଦେଶରେ ୧୨୭୦ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ତେବେ ଥଣ୍ଡା ବୃଦ୍ଧି ପାଉଥିବାରୁ ବିପଦ ମଧ୍ୟ ବଢୁଛି । ଏପରି ପରିସ୍ଥିତରେ, ଓମିକ୍ରନର ଲକ୍ଷଣଗୁଡିକୁ ଚିହ୍ନିବା ପାଇଁ ଆବଶ୍ୟକତା ଆହୁରି ବଢିଯାଇଛି । ଓମିକ୍ରନର ଲକ୍ଷଣ ଓ ଥଣ୍ଡାର ଲକ୍ଷଣ ପ୍ରାୟ ସମାନ । କିନ୍ତୁ ଦୁଇଟି ଅସାଧାରଣ ଲକ୍ଷଣ ସହିତ ଧୀରେଧୀରେ ଆରମ୍ଭ ହୁଏ । ଏଥିରେ ମୁଣ୍ଡବିନ୍ଧା ଓ ଥକ୍କାପଣ ଭଳି ସମସ୍ୟା ରହିଥାଏ । ଏହା ସହିତ ଏବେ ଓମିକ୍ରନର ୨ନୂଆ ଲକ୍ଷଣ ଆସିଛି । ୟୁନାଇଟେଡ କିଂଗଡମର ଜଣେ ଗବେଷକ ଏହି ଦୁଇ ଲକ୍ଷଣ ପ୍ରକାଶ କରିଛନ୍ତି । କିଙ୍ଗ୍ସ କଲେଜ୍ ଲଣ୍ଡନର ଜେନେଟିକ୍ ଏପିଡେମୋଲୋଜି ପ୍ରଫେସର ଟିମ୍ ସ୍ପେକ୍ଟରଙ୍କ ଅନୁଯାୟୀ, ଓମିକ୍ରନର ଦୁଇଟି ନୂତନ ଲକ୍ଷଣ ହେଉଛି ବାନ୍ତି ଏବଂ ଭୋକ ନହେବା । ଟିକାର ଉଭୟ ଡୋଜ୍ ନେଇଥିବା ଲୋକଙ୍କୁ ମଧ୍ୟ ଓମିକ୍ରନ ହୋଇପାରେ
ଏହା ସହିତ ଗଳାରେ ଯନ୍ତ୍ରଣା ଅନୁଭବ କରିବା, ଥକ୍କାପଣ ଓ ଦୁର୍ବଳ ଲାଗିବା, ପିଠିରେ ଯନ୍ତ୍ରଣା ଅନୁଭବ କରିବା, ମୁଣ୍ଡ ବିନ୍ଧିବା, ଶୋଇବା ସମୟରେ ଅତ୍ୟଧିକ ଝାଳ ବାହାରିବା, ମାଂସପେଶୀରେ ଯନ୍ତ୍ରଣା ହେବା ଭଳି ସମସ୍ୟା ଦେଖାଗଲେ ଅଣଦେଖା କରନ୍ତୁ ନାହିଁ ।
Powered by Froala Editor