ଦୁଇ ଦିନ ପାଇଁ ବନ୍ଦ ରହିବ ଶିମିଳିପାଳ
ଭୁବନେଶ୍ୱର: ଆସୁଛି ନୂଆ ବର୍ଷ । ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିବାକୁ ଉକôଣ୍ଠାର ସହ ଅପେକ୍ଷା କରିଛନ୍ତି ଲୋକେ । କିନ୍ତୁ ଏବର୍ଷ ଫିକା ପଡିବ ନୂଆବର୍ଷ ପାଳନ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ଜାନୁୟାରୀ ଗାଇଡଲାଇନରେ ରାଜ୍ୟରେ ନାଇଟ କର୍ଫୂ ସହ ପିକନିକ୍, ପାର୍କ, ବେଳାଭୂମି ବୁଲିବାକୁ ବାରଣ କରିଛନ୍ତି । ସେହିପରି ପ୍ରଦର୍ଶନୀ, ବାଣିଜ୍ୟମେଳା ଆୟୋଜନକୁ ମଧ୍ୟ ବାରଣ କରାଯାଇଛି । ହୋଟେଲ, ପାର୍କ, ମଲରେ ସାଂସ୍କୃତିକ, ନୃତ୍ୟ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି କୁହାଯାଇଛି । ବାର୍ଷିକ ଉସôବ ଓ ଆନିଭର୍ସାରୀ ମଧ୍ୟ ପାଳନ କରାଯାଇପାରିବ ନାହିଁ । ଏହାସହିତ ୧୦୦୦ ଦର୍ଶକଙ୍କୁ ନେଇ ପ୍ରଶାସନର ଅନୁମତିରେ ଯାତ୍ରା ହେବ ।
ତେବେ ଏହାରି ଭିତରେ ଦୁଇ ଦିନ ଶିମିଳିପାଳ ବନ୍ଦ ରହିବ ବୋଲି ଶିମିଳିପାଳ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଘନ କୁହୁଡି ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଆଜି ଓ କାଲି, ୨ଦିନ ଶିମିଳିପାଳ ବନ୍ଦ ରହିବ ।
କରୋନା ଗ୍ରାଫ ଉପରମୁହାଁ ହେଉଥିବାବେଳେ କରୋନାର ନୂଆ ଭରିଆଣ୍ଟ ଓମିକ୍ରନ ପାଇଁ, ଲୋକମାନଙ୍କ ଭିଡକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।
Powered by Froala Editor