Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, June 01, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସିଝା ଅଣ୍ଡାରେ ମାଲିସ୍‌

  • କଖାରୁ ଫୁଲ ଶରୀର ପାଇଁ ଭାରି ଉପକାରୀ

  • ଥାଇଲାଣ୍ଡର ଓପଲ ସୁଚତା ପିନ୍ଧିଲେ ବିଶ୍ଵ ...

  • ହେଟ ସ୍ପିଚ୍ ମାମଲାରେ ୨ ବର୍ଷ ଜେଲ୍, ପଦ ...

  • ଏଆଇର ପସନ୍ଦକୁ ଦର୍ଶକଙ୍କ ସମର୍ଥନ, ...

  • ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହି ଫଳ ମନା

  • ସଫା କରନ୍ତୁ ଏପରି, ଚମକିବ ରୁପା ବାସନ

  • ଗିରଫ ହେଲେ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ...

  • ବାଲ୍ମିକ ଥାପରଙ୍କ ଦେହାନ୍ତ

  • ଜୁନ୍ ୧ରୁ ଏହିସବୁଥିରେ ହେବ ପରିବର୍ତ୍ତନ, ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ନୂଆବର୍ଷରୁ ବଦଳିବ ଜିଏସଟି ନିୟମ: କଣ ମହଙ୍ଗା ଓ କଣ ଶସ୍ତା ହେବ ଆସନ୍ତୁ ଜାଣନ୍ତୁ

ନୂଆବର୍ଷରୁ ବଦଳିବ ଜିଏସଟି ନିୟମ: କଣ ମହଙ୍ଗା ଓ କଣ ଶସ୍ତା ହେବ ଆସନ୍ତୁ ଜାଣନ୍ତୁ

2021-12-30 09:18:59
14472
Share:
Facebook
Twitter
E-Mail
WhatsApp
Telegram
ନୂଆବର୍ଷରୁ ବଦଳିବ ଜିଏସଟି ନିୟମ: କଣ ମହଙ୍ଗା ଓ କଣ ଶସ୍ତା ହେବ ଆସନ୍ତୁ ଜାଣନ୍ତୁ

ନୂଆଦିଲ୍ଲୀ: ୨୦୨୨ ଜାନୁଆରୀ ପହିଲାରୁ ଜିଏସଟି ନିୟମରେ କେତେକ ପରିବର୍ତ୍ତନ ହେବାକୁ ଯାଉଛି । ଏହାଦ୍ୱାରା ଦେଶରେ କିଛି ସାମଗ୍ରୀ ଓ ସେବା ମୂଲ୍ୟ ମହଙ୍ଗା ହେବାବେଳେ ଆଉ କିଛି ଶସ୍ତା ହେବ । କେଉଁସବୁ ସାମଗ୍ରୀ ମହଙ୍ଗା ଓ କିଏ ଶସ୍ତାହେବ ତାହା ଜାଣିରଖନ୍ତୁ । କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଘୋଷଣା କରାଯାଇଥିବା ପରିବର୍ତ୍ତିତ ଜିଏସଟି ହାର ଅନୁଯାୟୀ ପୋଷାକ, ଜୋତା ଚପଲ, ବୟନ ସାମଗ୍ରୀ ଉପରେ ଟିକସ ୫ରୁ ୧୨%କୁ ବୃଦ୍ଧିପାଇବ । ଏହାଦ୍ୱାରା ଏହିସବୁ ସାମଗ୍ରୀ ୨୦୨୨ ଜାନୁଆରୀ ୧ ତାରିଖରୁ ମହଙ୍ଗା ହେବ । ୧୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ପୋଷାକ ସାମଗ୍ରୀ ଉପରେ ଜିଏସଟି ହାର ପୂର୍ବରୁ ୫% ରହିଥିବାବେଳେ ତାହା ୧୨%କୁ ବୃଦ୍ଧି କରାଯାଉଛି । ସେହିଭଳି ବୁଣାଯାଇଥିବା କପଡା, ସିନ୍ଥେଟିକ କପଡା, କମ୍ବଳ, ତମ୍ବୁ, ଟେବଲ କ୍ଲଥ ଆଦି ବୟନ ସାମଗ୍ରୀ ଉପରେ ମଧ୍ୟ ଜିଏସଟି ହାର ବୃଦ୍ଧି ପାଇବ । ଜୋତା ଚପଲ ଉପରେ ପ୍ରତ୍ୟକ୍ଷ ଟିକସ ହାର ୫%ରୁ ୧୨%କୁ ବୃଦ୍ଧି କରାଯାଇଛି ।
ଜୋତା ଚପଲ ଏବଂ ପୋଷାକ ଉପରେ ଜିଏସଟି ହାର ବୃଦ୍ଧିକୁ ବିଭିନ୍ନ ବ୍ୟବସାୟୀ ସଂଗଠନ ବିରୋଧ କରିଛନ୍ତି । ଦେଶରେ ମୁଦ୍ରାସ୍ଫୀତି ସ୍ତର ଉଚ୍ଚରେ ରହିଥିବାବେଳେ ଏଭଳି ଟିକସ ହାର ବୃଦ୍ଧି ସେମାନଙ୍କ ବ୍ୟବସାୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ବ୍ୟବସାୟୀ ସଂଗଠନଗୁଡିକ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି ।
ଅନୁରୂପ ଭାବରେ ୨୦୨୨ ଜାନୁଆରୀ ୧ରୁ ଏକ ଅଟୋ ଅଥବା କାର୍‍ ବୁକିଂ କରିବା ମଧ୍ୟ ମହଙ୍ଗା ହେବାକୁ ଯାଉଛି । ସରକାର ଏହି ସେବାକୁ ଜିଏସଟି ପରିସରଭୁକ୍ତ କରିବା ସହିତ ଏହା ଉପରେ ୫% ଟିକସ ଆଦାୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ରାସ୍ତାରେ ବିନା ଆପ୍‍ରେ ଚଳାଚଳ କରୁଥିବା ଅଟୋଗୁଡିକ ଏହି ବ୍ୟବସ୍ଥାରୁ ବାଦ୍‍ ପଡିବ । ଏହାଦ୍ୱାରା ଡ୍ରାଇଭରମାନଙ୍କର ଆୟ ପ୍ରଭାବିତ ହେବ ବୋଲି ଜଣେ ଉବେର ଡ୍ରାଇଭର କହିଛନ୍ତି ।
ଇ-କସର୍ମ ଅପରେଟରଙ୍କ ଉପରେ ମଧ୍ୟ ଜାନୁଆରୀ ପହିଲାରୁ ଟିକସ ବୋଝ ପଡିବାକୁ ଯାଉଛି । ସ୍ୱିଗି ଓ ଜୋମାଟୋ ଭଳି ଇ-କମର୍ସ ଅପରେଟରମାନେ ଜାନୁଆରୀ ୧ରୁ ସେମାନଙ୍କ ଜରିଆରେ ଯୋଗାଇ ଦିଆଯାଉଥିବା ରେଷ୍ଟୁରାଣ୍ଟ ସେବା ପାଇଁ ଜିଏସଟି ସଂଗ୍ରହ କରିବା ସହିତ ତାହା ସରକାରଙ୍କ ନିକଟରେ ଜମା କରିବାକୁ ହେବ । ତାହାସହିତ ସେମାନଙ୍କୁ ନିଜର ସେବା ଯୋଗାଣ ନିମନ୍ତେ ଏକ ଇନଭଏସ ପ୍ରଦାନ କରିବାକୁ ହେବ । ଅବଶ୍ୟ ଏହାଦ୍ୱାରା ଉପଭୋକ୍ତାଙ୍କ ଉପରେ ଅଧିକ ଟିକସ ବୋଝ ପଡିବ ନାହିଁ, କାରଣ ସଂପ୍ରତି ରେଷ୍ଟୁରାଣ୍ଟଗୁଡିକ ଜିଏସଟି ସଂଗ୍ରହ କରିବା ସହିତ ତାହା ସରକାରଙ୍କ ନିକଟରେ ଜମା କରୁଛନ୍ତି । କେବଳ ଖାଦ୍ୟ ଯୋଗାଣକାରୀ ଇ-କମର୍ସ ସଂସ୍ଥାଗୁଡିକୁ ଜିଏସଟି ଜମା କରିବା ଏବଂ ଇନଭଏସ ଯୋଗାଇଦେବା ଦାୟିତ୍ୱ ପାଳନ କରିବାକୁ ହେବ ।
ଅନ୍ୟପକ୍ଷରେ ୨୦୨୨ ଜାନୁଆରୀ ପହିଲାରୁ କର୍କଟ ରୋଗ ଚିକିତ୍ସା ଔଷଧ, ପୁଷ୍ଟିସାର ଯୁକ୍ତ ଚାଉଳ/ଭାତ ଏବଂ ବାୟୋଡିଜେଲ ଆଦି ଶସ୍ତା ହେବାକୁ ଯାଉଛି । ପୂର୍ବରୁ ଏହା ଉପରେ ୧୮% ଜିଏସଟି ଲାଗୁଥିବାବେଳେ ତାହାକୁ ୫%କୁ ହ୍ରାସ କରାଯାଇଛି ।

Powered by Froala Editor

Tags Gst

Related articles Odisha News Lens 4.1

  • ଏଆଇର ପସନ୍ଦକୁ ଦର୍ଶକଙ୍କ ସମର୍ଥନ, ପରେଶଙ୍କ ସ୍ଥାନ ନେବେ ପଙ୍କଜ
    ମନୋରଞ୍ଜନ

    ଏଆଇର ପସନ୍ଦକୁ ଦର୍ଶକଙ୍କ ସମର୍ଥନ, ପରେଶଙ୍କ ସ୍ଥାନ ନେବେ ପଙ୍କଜ

    14380
    May 31, 2025
  •  ସିଝା ଅଣ୍ଡାରେ ମାଲିସ୍‌
    ବିଶେଷ

    ସିଝା ଅଣ୍ଡାରେ ମାଲିସ୍‌

    14684
    Jun 01, 2025
  • କଖାରୁ ଫୁଲ ଶରୀର ପାଇଁ ଭାରି ଉପକାରୀ
    ବିଶେଷ

    କଖାରୁ ଫୁଲ ଶରୀର ପାଇଁ ଭାରି ଉପକାରୀ

    15371
    Jun 01, 2025
  • ବାଲ୍ମିକ ଥାପରଙ୍କ ଦେହାନ୍ତ
    ଦେଶ-ଦେଶାନ୍ତର

    ବାଲ୍ମିକ ଥାପରଙ୍କ ଦେହାନ୍ତ

    13610
    May 31, 2025
  • ଗିରଫ ହେଲେ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ଶର୍ମିଷ୍ଠା ପାନୋଲି
    ଦେଶ-ଦେଶାନ୍ତର

    ଗିରଫ ହେଲେ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ଶର୍ମିଷ୍ଠା ପାନୋଲି

    14983
    May 31, 2025
  • ଥାଇଲାଣ୍ଡର ଓପଲ ସୁଚତା ପିନ୍ଧିଲେ ବିଶ୍ଵ ସୁନ୍ଦରୀ ମୁକୁଟ
    ମନୋରଞ୍ଜନ

    ଥାଇଲାଣ୍ଡର ଓପଲ ସୁଚତା ପିନ୍ଧିଲେ ବିଶ୍ଵ ସୁନ୍ଦରୀ ମୁକୁଟ

    13627
    May 31, 2025
  • ହେଟ ସ୍ପିଚ୍ ମାମଲାରେ ୨ ବର୍ଷ ଜେଲ୍, ପଦ ହରାଇଲେ ବିଧାୟକ
    ଦେଶ-ଦେଶାନ୍ତର

    ହେଟ ସ୍ପିଚ୍ ମାମଲାରେ ୨ ବର୍ଷ ଜେଲ୍, ପଦ ହରାଇଲେ ବିଧାୟକ

    13689
    May 31, 2025
  • ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହି ଫଳ ମନା
    ବିଶେଷ

    ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହି ଫଳ ମନା

    13447
    May 31, 2025
  • ସଫା କରନ୍ତୁ ଏପରି, ଚମକିବ ରୁପା ବାସନ
    ବିଶେଷ

    ସଫା କରନ୍ତୁ ଏପରି, ଚମକିବ ରୁପା ବାସନ

    15591
    May 31, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହି ଫଳ ମନା

    13447
    May 31, 2025
  • ମନୋରଞ୍ଜନ

    ଏଆଇର ପସନ୍ଦକୁ ଦର୍ଶକଙ୍କ ସମର୍ଥନ, ପରେଶଙ୍କ ସ୍ଥାନ ନେବେ ପଙ୍କଜ

    14380
    May 31, 2025
  • ଦେଶ-ଦେଶାନ୍ତର

    ଜୁନ୍ ୧ରୁ ଏହିସବୁଥିରେ ହେବ ପରିବର୍ତ୍ତନ, ଜାଣନ୍ତୁ କ’ଣ ?

    14162
    May 31, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16635
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16925
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15465
    Apr 03, 2021

ବିଶେଷ

  • ସିଝା ଅଣ୍ଡାରେ ମାଲିସ୍‌

    14684
    Jun 01, 2025
  • କଖାରୁ ଫୁଲ ଶରୀର ପାଇଁ ଭାରି ଉପକାରୀ

    15371
    Jun 01, 2025
  • ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହି ଫଳ ମନା

    13447
    May 31, 2025
  • ସଫା କରନ୍ତୁ ଏପରି, ଚମକିବ ରୁପା ବାସନ

    15591
    May 31, 2025
  • ଏସବୁ ଜିନିଷ ଘରେ ରଖନ୍ତୁନାହିଁ , ମାଡ଼ିଆସିବ ବିପଦ

    15933
    May 29, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15681
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16295
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14008
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14804
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସଫା କରନ୍ତୁ ଏପରି, ଚମକିବ ରୁପା ବାସନ

    15591
    May 31, 2025
  • ହେଟ ସ୍ପିଚ୍ ମାମଲାରେ ୨ ବର୍ଷ ଜେଲ୍, ପଦ ହରାଇଲେ ବିଧାୟକ

    13689
    May 31, 2025
  • ସିଝା ଅଣ୍ଡାରେ ମାଲିସ୍‌

    14684
    Jun 01, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In