ଭୁଲ୍ ଚିକିତ୍ସା ପାଇଁ ଅକାଳରେ ଚାଲିଗଲା ଜୀବନ
ସୋନପୁର: ଡାକ୍ତରଙ୍କ ଭୁଲ୍ ଚିକିତ୍ସା ପାଇଁ ଅକାଳରେ ଚାଲିଗଲା ଜୀବନ । ଗୁରୁବାର ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ଏକ ଘରୋଇ କ୍ଲିନିକରେ । ଏହାକୁ ନେଇ ହସ୍ପିଟାଲ୍ରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ହସ୍ପିଟାଲ୍ ଆଗରେ ପ୍ରତିବାଦ କରିବା ସହିତ କ୍ଷତିପୂରଣ ଦାବି କରିଛନ୍ତି । ମୃତକ ଜଣକ ହେଲେ ରଥପୁର ଗାଁର କାର୍ତିକ ମେହେର ।
କାର୍ତିକଙ୍କ ସ୍ୱାସ୍ଥ୍ୟାବସ୍ଥା ଗତକାଲି ଗୁରୁତର ହୋଇପଡ଼ିଥିଲା । ପରିବାର ଲୋକେ ତାଙ୍କୁ ତୁରନ୍ତ ନିକଟସ୍ଥ ଘରୋଇ କ୍ଲିନିକ୍ରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ସେପଟେ ଏହି ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ୍ ପହଞ୍ଚି ପରିସ୍ଥିତି ଶାନ୍ତ କରିବାକୁ ଉଦ୍ୟମ କରୁଛି । ଡାକ୍ତର ଫେରାର୍ ହୋଇଯାଇଥିବା ସୂଚନା ମିଳିଛି ।
Powered by Froala Editor