ରାଜ୍ୟରେ ୨ ହଜାର ଟପିଲା କରୋନା ମୃତୁ୍ୟ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ କରୋନାରେ ପୁଣି ୧୦ ଜଣଙ୍କର ମୃତୁ୍ୟ ଘଟିଛି । ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୦୦୭ରେ ପହଁଚିଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ବୌଦ୍ଧରେ ୧, ଖୋର୍ଦ୍ଧାରେ ୪, ରାୟଗଡ଼ାରେ ୨, ସୁନ୍ଦରଗଡ଼ରେ ୩ ଜଣଙ୍କର ମୃତୁ୍ୟ ହୋଇଛି ।
ରାଜ୍ୟରେ ଏଯାବତ ଅନୁଗୁଳରେ ୩୭, ବାଲେଶ୍ୱରରେ ୯୮, ବରଗଡ଼ରେ ୪୪, ଭଦ୍ରକରେ ୨୮, ବଲାଙ୍ଗୀରରେ ୪୯, ବୌଦ୍ଧରେ ୧୨, କଟକରେ ୧୪୫, ଦେବଗଡ଼ରେ ୫, ଢେଙ୍କାନାଳରେ ୨୯, ଗଜପତିରେ ୩୨, ଗଞ୍ଜାମରେ ୨୫୭, ଜଗତସିଂହପୁରରେ ୩୮, ଯାଜପୁରରେ ୨୬, ଝାରସୁଗୁଡ଼ାରେ ୨୮, କଳାହାଣ୍ଡିରେ ୩୯, କନ୍ଧମାଳରେ ୩୫, କେନ୍ଦ୍ରାପଡ଼ାରେ ୨୯, କେନ୍ଦୁଝରରେ ୪୧, ଖୋର୍ଦ୍ଧାରେ ୩୫୧, କୋରାପୁଟରେ ୧୬, ମାଲକାନାଗିରିରେ ୨୫, ମୟୂରଭଞ୍ଜରେ ୯୧, ନବରଙ୍ଗପୁରରେ ୧୪, ନୟାଗଡ଼ରେ ୪୫, ପୁରୀରେ ୧୨୦, ରାୟଗଡ଼ାରେ ୫୨, ସମ୍ବଲପୁରରେ ୮୦, ସୁବର୍ଣ୍ଣପୁରରେ ୨୧, ସୁନ୍ଦରଗଡ଼ରେ ୧୮୫ ଜଣଙ୍କର ମୃତୁ୍ୟ ହୋଇଛି ।
Powered by Froala Editor