ଟିକା ନେଲେ ମଦ ପିଇପାରିବିନି କହି ଗଛରେ ଚଢ଼ିଗଲେ ବ୍ୟକ୍ତି

କିଛି ଦିନ ତଳେ ଜଣେ ପଶୁପାଳକ କରୋନା ଟିକା ନନେବାକୁ ଗଛ ଉପରେ ଚଢି ଯାଇଥିଲେ । ଏବେ ପୁଣି ସେଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏଥର କିନ୍ତୁ ବ୍ୟକ୍ତି ଜଣକ ଅଜବ କଥା କହିଛନ୍ତି । ଟିକା ନେବା ପରେ ସେ କିଛି ଦିନ ଯାଏ ମଦ ପିଇପାରିବେନି । ତେଣୁ ଟିକା ନେବାକୁ ସେ ମନା କରିଥିଲେ ଏବଂ ଦୌଡିଯାଇ ଗଛ ଉପରେ ଚଢିଯାଇଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି ।
ସୂଚନା ଅନୁଯାୟୀ, ପୁଡ଼ୁଚେରୀରେ ଯେଉଁମାନେ ଟିକା ନେଇ ନାହାନ୍ତି ସେମାନଙ୍କ ଘରେ କୋଭିଡ ଟିକା ଦିଆଯାଉଛି। ଏଠାରେ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହୋଇ ସ୍ୱାସ୍ଥ୍ୟକର୍ମଚାରୀମାନେ ଘରେ ଘରେ ବୁଲୁଛନ୍ତି। ହେଲେ ଜଣେ ୩୯ ବର୍ଷୀୟ ଯୁବକ କୋଭିଡ୍ ଟିକା ନେବାକୁ ଆଦୌ ରାଜି ହେଉନଥିଲେ। ତାଙ୍କୁ ଟିକା ଦେବାକୁ ପ୍ରାଥମିକ ସ୍ୱାସ୍ଥ୍ୟସେବା ଅଧିକାରୀଙ୍କ ପକ୍ଷରୁ ବାରମ୍ବାର ଚେଷ୍ଟା କରାଯାଇଥିଲା। ହେଲେ ସେ ଜମା ଧରା ଦେଉନଥିଲେ। ଟିକା ପାଇଁ ବାଧ୍ୟ କରାଯିବାରୁ ସେ ଦଉଡ଼ି ଦଉଡ଼ି ଯାଇ ଏକ ଗଛକୁ ଚଢ଼ି ଯାଇଥିଲେ। ସେଠାରେ ସ୍ୱାସ୍ଥ୍ୟକର୍ମୀମାନେ ତାଙ୍କୁ ଗଛରୁ ଓହ୍ଲାଇବାକୁ ଅନୁରୋଧ କରିଥିଲେ। ତେବେ ଯୁବକ ଜଣକ ଅଜବ କଥା କହିଥିଲେ। ଟିକା ନେବା ପରେ ସେ କିଛି ଦିନ ପର୍ଯ୍ୟନ୍ତ ମଦ ପିଇପାରିବେ ନାହିଁ। ତେଣୁ ସେ ଟିକା ନେବାକୁ ମନା କରିଥିଲେ। ଏହା ପରେ ସ୍ୱାସ୍ଥ୍ୟ କର୍ମୀମାନେ ତାଙ୍କୁ ଛାଡ଼ି ଦେଇଛନ୍ତି । ଆଗରୁ ମଧ୍ୟ ଯେତେଥର ତାକୁ ଟିକା ଦେବାକୁ ଉଦ୍ୟମ କରାଯାଇଛି, ସେ ଲୁଚି ଯାଏ କିମ୍ବା ଗଛରେ ଡଢିଯାଏ । ଏଥର ବି ତାକୁ ଟିକା ଦେବାରେ ପ୍ରଶାସନ ବିଫଳ ହୋଇଛି ।
Powered by Froala Editor