ଦୁବାଇ ସରକାରଙ୍କ ନିୟମ : ବାଲକୋନିରେ କପଡା ଶୁଖାଇଲେ ଦେବେ ଜରମାନା

ଦୁବାଇରେ ରହୁଥିବା ଭାରତୀୟଙ୍କୁ କଡା ଚେତାବନୀ ଶୁଣାଇଛନ୍ତି ସେଠାକାର ସରକାର । କାହିଁକି ଜାଣିଛନ୍ତି ? ପରିବେଶ ସ୍ୱଚ୍ଛ ଓ ସୁନ୍ଦର ରଖିବାକୁ ବାଲକୋନିରେ କପଡା ଶୁଖାଇବା ବ୍ୟାନ୍ କରିଛନ୍ତି ଦୁବାଇ ସରକାର । ଏହି ଚେତାବନୀ ଖାସ୍ କରି ଭାରତୀୟଙ୍କ ପ୍ରତି କରାଯାଇଛି । ଏହି ନିୟମକୁ ଯିଏ ଅବମାନନା କରିବ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେବଳ ଏତିକି ନୁହେଁ ବାଲକୋନିରେ ସିଗାରେଟ ଟାଣୁଥିବା ସମୟରେ ଏହାର ଖଣ୍ଡ ଯଦି ତଳେ ପଡ଼ିଯାଏ, ତେବେ ଏଥିପାଇଁ ବି ଜରିମାନା ଦେବାକୁ ପଡ଼ିବ। ଦୁବାଇ ନଗରପାଳିକା ସହରକୁ ଆବର୍ଜନାମୁକ୍ତ ରଖିବା ପାଇଁ ଏପରି ଏକ ପଦକ୍ଷେପ ନେଇଛି।
ଏନେଇ ନଗରପାଳିକା ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ବାଲକୋନିର ଅପବ୍ୟବହାର କରନ୍ତୁ ନାହିଁ, ଏହାକୁ ସବୁ ବେଳେ ସଫାସୁତୁରା ରଖନ୍ତୁ । ବାଲକୋନିରେ ଏପରି କିଛି କରନ୍ତୁ ନାହିଁ, ଯଦ୍ବାରା ବାଲକୋନି ଅପରିଷ୍କାର ଦେଖାଯିବ। ବାଲକୋନିର ଅପବ୍ୟବହାର କାରଣରୁ ପ୍ରଦୂଷଣ ବୃଦ୍ଧି ପାଇବା ସହ ଅସୁନ୍ଦର ପରିବେଶ ସୃଷ୍ଟି ହୋଇଥାଏ।
ସୂଚନାଯୋଗ୍ୟ ଯେ, ୟୁନାଇଟେଡ ଅଫ୍ ଆରବ ଏମିରେଟ୍ସ (ୟୁଏଇ) ପର୍ଯ୍ୟଟନରୁ ସର୍ବାଧିକ ଆୟ ସଂଗ୍ରହ କରିଥାଏ । ତେଣୁ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସମୟରେ ଉକ୍ତ ଦେଶର ସରକାର ଭିନ୍ନ ଭିନ୍ନ ନିୟମ ପ୍ରଣୟନ କରିଥାନ୍ତି । ବାଲକୋନୀର ଅପବ୍ୟବହାର କାରଣରୁ ପ୍ରଦୂଷଣ ବୃଦ୍ଧି ପାଇବା ସହ ଅସୁନ୍ଦର ପରିବେଶ ସୃଷ୍ଟି ହେଉଥିବାରୁ ଏହି ପଦକ୍ଷେପ ନିଆଯାଇଛି ।
Powered by Froala Editor