୪୨୨କୁ ବଢ଼ିଲା ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଆଜି ଏହି ସଂଖ୍ୟା ୪୨୨ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଟ୍ୱିଟ ଯୋଗେ ସୂଚନା ଦେଇଛି। ମହାରାଷ୍ଟ୍ରରେ ସର୍ବାଧିକ ୧୦୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ଏହି ସଂଖ୍ୟା ୭୯ ରହିଛି।
ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ୧୦୮ ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ ଏଯାଏ ୪୨ ଜଣ ସୁସ୍ଥ ହୋଇଛନ୍ତି। ଦିଲ୍ଲୀରେ ୨୩ ଜଣ ସୁସ୍ଥ ହୋଇଥିବା ବେଳେ ଗୁଜରାଟରେ ୪୩ ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ସୁସ୍ଥ ହୋଇଛନ୍ତି। ଦକ୍ଷିଣ ଭାରତରେ ମଧ୍ୟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି।
ତେଲେଙ୍ଗାନାରେ ୪୧ ଜଣ, କେରଳରେ ୩୮, ତାମିଲନାଡୁରେ ୩୪ ଓ କର୍ଣ୍ଣାଟକାରେ ୩୧ ଜଣ ଓମିକ୍ରନ ଆକ୍ରାନ୍ତ ରହିଛନ୍ତି। ରାଜସ୍ଥାନରେ ଚିହ୍ନଟ ହୋଇଥିବା ୨୨ ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ସୁସ୍ଥ ହୋଇ ସାରିଛନ୍ତି। ପଶ୍ଚିମବଙ୍ଗରେ ୬ ଜଣ, ହରିଆଣାରେ ୪ ଜଣ, ଓଡ଼ିଶାରେ ୪ ଜଣ(ଆଜିର ୪ ଜଣଙ୍କୁ ବାଦ ଦେଇ), ଆନ୍ଧ୍ରରେ ୪ ଜଣ, ଜମ୍ମୁ-କଶ୍ମୀରରେ ୩ ଜଣ, ଉତ୍ତର ପ୍ରଦେଶରେ ୨ ଜଣ, ଚଣ୍ଡିଗଡ଼, ଲଦାଖ ଓ ଉତ୍ତରାଖଣ୍ଡରେ ଜଣେ ଲେଖାଏ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଉପରେ ଚିହ୍ନଟ ହୋଇଥିବା ୪୨୨ ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୦ ଜଣ ସୁସ୍ଥ ହୋଇ ସାରିଛନ୍ତି।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଦେଶରେ ଆଉ ୫,୯୮୭ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୩୭,୮୬,୮୨୦କୁ ବୃଦ୍ଧି ପାଇଛି।
Powered by Froala Editor