ଟ୍ରେନ ଧକ୍କାରେ ଦନ୍ତାହାତୀର ମୃତ

ଖୋର୍ଦ୍ଧା: ଟ୍ରେନ ଧକ୍କାରେ ଦନ୍ତାହାତୀର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଛୁଆ ହାତୀ ଗୁରୁତର। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ଭୂଷଣ୍ଡପୁର ରେଳଷ୍ଟେସନ ନିକଟ କନ୍ତଳବାଇ ରେଳ ଫାଟକ ନିକଟରେ । ଗତକାଲି ରାତିରେ ଏହି ହାତୀପଲ ରେଳଧାରଣା ପାର ହେଇଥିବା ସମୟରେ ମାଲବାହୀ ଟ୍ରେନ ଧକ୍କା ଦେଇଥିଲା । ତେବେ ଆଜି ସକାଳୁ ଦନ୍ତାହାତୀଟିର ମୃତଦେହ ଠାବ କରାଯାଇଛି । ତେବେ ଆହତ ହାତୀ ଛୁଆଟି ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଚାଲିଥିବା ଜଣାପଡିଛି । ଏ ଘଟଣା ଘଟିବା ପରେ ହାତୀଙ୍କ ଗତିବିଧି ଉପରେ ଟାଙ୍ଗୀ ବନବିଭାଗ କର୍ମଚାରୀ ନଜର ରଖିଛନ୍ତି।
Powered by Froala Editor