ହାତୀପଲଙ୍କୁ ଧକ୍କା ଦେଲା ଟ୍ରେନ୍, ମାଇହାତୀ ଗୁରୁତର
ଟ୍ରେନ୍ ଲାଇନ୍ ପାର୍ ହେଉଥିବା ବେଳେ ହାତୀପଲଙ୍କୁ ଧକ୍କା ଦେଇଛି ଟ୍ରେନ୍ । ପୂର୍ବତଟ ରେଳପଥର ଟାଙ୍ଗୀ ଭୁଷଣ୍ଡପୁର ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଗୋଟିଏ ହାତୀ ପଲ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ମାଲବାହୀ ଟ୍ରେନ୍ ଧକ୍କାରେ ଗୋଟିଏ ମାଈ ହାତୀ ଗୁରୁତର ହେବା ଜଣାପଡ଼ିଛି । ଘଟଣାର ଏକ ଘଣ୍ଟା ପରେ ଟାଙ୍ଗୀ ବନକର୍ମଚାରୀ ଘଟଣା ସ୍ଥଳକୁ ଯାଇ ଗୁରୁତର ହାତୀକୁ ଠାବ କରିଛନ୍ତି । ସେପଟେ ଅନ୍ୟ ହାତୀ ପଲ ତାକୁ ଛାଡ଼ି ଗୋବର୍ଦ୍ଧନ ପୁର ଚାଷଜମିକୁ ଚାଲି ଯାଇଥିବା ଜଣାପଡ଼ିଛି ।
ପ୍ରଥମେ ଗୋଟିଏ ଦନ୍ତା ଲାଇନ ପାର ହେଉଥିଲା । ପରେ ପଛେ ପଛେ ହାତୀପଲ ଆସୁଥିଲେ । କିନ୍ତୁ ସେତିକି ବେଳେ ବିପରୀତ ଦିଗରୁ ମାଡ଼ି ଆସିଥିଲା ଟ୍ରେନ । ଦୂରରେ ଥିବା ଲୋକ ମୋବାଇଲରେ ଭିଡ଼ିଓ କରୁଥିଲେ । ଏତିକିବେଳେ ଏକ ଟ୍ରେନ୍ ମାଡି ଆସିଥିଲା ।
Powered by Froala Editor