ପେଟ୍ରୋଲ ଓ ଡିଜେଲ ବିକ୍ରି କମେଇଦେଲା ସଟଡାଉନ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ସହରାଞ୍ଚଳରେ ଲାଗୁ କରାଯାଇଥିବା ଦୁଇ ଦିନିଆ ସଟଡାଉନ ଯୋଗୁଁ ପେଟ୍ରୋଲ ଏବଂ ଡିଜେଲ ବିକି୍ର ୯୦ ପ୍ରତିଶତ କମିଯାଇଛି । ଦୁଇ ଦିନରେ ଏ ବାବଦରେ ବିପୁଳ କ୍ଷତି ହୋଇଛି । ଉକ୍ରଳ ପେଟ୍ରୋଲିୟମ ଡିଲର ସଂଘର ସୂଚନା ଅନୁଯାୟୀ ରାଜ୍ୟରେ ଦିନକୁ ପ୍ରାୟ ୨୮,୨୯,୦୦୦ ଲିଟର ପେଟ୍ରୋଲ ଏବଂ ୮୩,୦୫,୦୦୦ ଲିଟର ଡିଜେଲ ବିକି୍ର ହୋଇଥାଏ । ମୂଲ୍ୟ ଦୃଷ୍ଟିରୁ ରାଜ୍ୟରେ ଦୈନିକ ପ୍ରାୟ ୧୦୦ କୋଟି ଟଙ୍କାର ପେଟ୍ରୋଲ ଏବଂ ଡିଜେଲ ବିକି୍ର ହୋଇଥାଏ । ଏଣୁ ଦୁଇ ଦିନରେ ୨୦୦ କୋଟି ଟଙ୍କାର ପେଟ୍ରୋଲ ଏବଂ ଡିଜେଲ ବିକି୍ର ହୋଇଥାନ୍ତା । କିନ୍ତୁ ସଟଡାଉନ କାରଣରୁ ଦୁଇ ଦିନରେ ପ୍ରାୟ ୧୭୫ କୋଟି ଟଙ୍କା ମୂଲ୍ୟର ପେଟ୍ରୋଲ ଓ ଡିଜେଲ ବିକି୍ର ହୋଇପାରିବ ନାହିଁ । ବିକି୍ର ପ୍ରଭାବିତ ହେବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିପୁଳ ପରିମାଣର ଟିକସ ମଧ୍ୟ ହରାଇଛନ୍ତି । ପେଟ୍ରୋଲ ଉପରେ ସରକାର ୩୨ ପ୍ରତିଶତ ଏବଂ ଡିଜେଲ ଉପରେ ୨୮ ପ୍ରତିଶତ ଭାଟ ଆଦାୟ କରୁଛନ୍ତି । ସେହିଭଳି କେନ୍ଦ୍ର ସରକାର ଲିଟର ପିଛା ପେଟ୍ରୋଲ ଉପରେ ୩୨ ଟଙ୍କା ୯୦ ପଇସା ଏବଂ ଡିଜେଲ ଉପରେ ୩୧ ଟଙ୍କା ୮୦ ଉପôାଦ ଶୁଳ୍କ ଆଦାୟ କରିଥାନ୍ତି ।
Powered by Froala Editor