୨୨ ଜିଲ୍ଲାରେ ନିର୍ମାଣ ହେବ ୫୫ ବସ୍ଷ୍ଟାଣ୍ଡ, କେନ୍ଦୁଝର ଜିଲ୍ଲାରେ ସର୍ବାଧିକ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସ୍ଥାନରେ ୫୫ଟି ବ୍ଲକ୍ ସ୍ତରୀୟ ବସ୍ଷ୍ଟାଣ୍ଡର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି। ଯାତ୍ରୀଙ୍କ ଗମନାଗମନକୁ ସୁବିଧା କରାଇବା ପାଇଁ ୨୨ଜିଲ୍ଲାରେ ନୂଆ ବସ୍ଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୯ଟି ବ୍ଲକ ସ୍ତରୀୟ ବସ୍ଷ୍ଟାଣ୍ଡ ନିର୍ମାଣ ହେବ। କଟକ, ଗଜପତି, ଝାରସୁଗୁଡ଼ା, କନ୍ଧମାଳ, ମୟୂରଭଂଜରେ ସର୍ବନିମ୍ନ ଗୋଟିଏ ଲେଖାଏଁ ବସ୍ଷ୍ଟାଣ୍ଡ ନିର୍ମାଣ ହେବ।
କେନ୍ଦୁଝର ଜିଲ୍ଲାର ଖପରାଖାଇ, ଆନନ୍ଦପୁର, ଉପରଡିହ, ହିରଚନ୍ଦନପୁର, ସାହରପୁର, ଗୋରଣ୍ଡିଯୋଡ଼ି, ସଢୁଆପଡ଼ା, କାଲିକୁଦର, ଝୁମ୍ପୁରା, କୋରାପୁଟର କାକି, କୋଟପାଡ଼, ମୟୂରଭଂଜର ବେତନଟୀ, ନବରଂଗପୁରର ଦାଙ୍ଗିରିଗୋଡ଼, କୋଡ଼ିଙ୍ଗା, ନୟାଗଡ଼ର ରଣପୁରଘା, ଖଣ୍ଡପଡ଼ା, ପାତଣ୍ଡା, ନୂଆପଡ଼ା ଜିଲ୍ଲାର ରାଜପୁରା, ପୁରୀର ବଲରା, ଗୋପ, ରାୟଗଡ଼ାର କୋଲନରା, ଟିକରପଡ଼ା, ସମ୍ବଲପୁର ଜିଲ୍ଲାର ଯୁଯୁମୁରା, ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ସହର, ଝାରକୁମୁଡ଼ା (ବୀରମହାରାଜପୁର), ବିନିକା ଓ ଉଲୁଣ୍ଡାରେ ବସ୍ଷ୍ଟାଣ୍ଡ ହେବ। ଅନୁଗୁଳ ଜିଲ୍ଲାର ଭୀମକନ୍ଦା, ପାଳଲହଡ଼ା, ବାଲେଶ୍ୱର ଜିଲ୍ଲାର ରିଆ, ମଥାନି, କାଚୁଆପଡ଼ା, ଦେହୁଡା, ଭଦ୍ରକ ଜିଲ୍ଲାର ଦକ୍ଷିଣ ଧାମରା, ବାସୁଦେବପୁର, ବଲାଙ୍ଗୀର ଜିଲ୍ଲାର ଲୋଇସିଂହା, ବଙ୍ଗୋମୁଣ୍ଡା, ବୌଦ୍ଧ ଜିଲ୍ଲାର ପୁରୁଣାକଟକ, କଣ୍ଟାମାଳ, କଟକ ଜିଲ୍ଲାର କୁନେଇପଡ଼ା, ଢେଙ୍କାନାଳ ଜିଲ୍ଲାର ନିଜିଗ୍ରହ, ଢେଙ୍କାନାଳ ସହର, ଗଜପତି ଜିଲ୍ଲାର ଆର୍.ଉଦୟଗିରି, ନୂଆଗଡ଼, ଗୁମ୍ମା, ଝାରସୁଗୁଡ଼ାର କୋଲାବିରା, କଳାହାଣ୍ଡିର ଧରମଗଡ଼, ଜୁନାଗଡ଼, କନ୍ଧମାଳର ତିପାରିଗାଁ, କେନ୍ଦ୍ରାପଡ଼ାର ନଦୀଆବରେଇ, ମାର୍ଶାଘାଇ, ନିଆଳ, ବାଘବୁଡ଼ା ଓ ସାନବେଡ଼ା (ଗୋପାଳପୁର)ରେ ବସ୍ଷ୍ଟାଣ୍ଡ ହେବ।
ନୂଆ ବସ୍ଷ୍ଟାଣ୍ଡ ଜିଲ୍ଲା ମୁଖ୍ୟାଳୟ ସମେତ ଆର୍ଥିକ କାରବାର ତଥା ପର୍ଯ୍ୟଟନ କ୍ଷେତ୍ରଗୁଡିକ ପାଇଁ ବେଶ ସହାୟକ ହେବ । ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘ଗ୍ରାମାଞ୍ଚଳକୁ ସମସ୍ତ ପ୍ରକାର ସଂଯୋଗ ତଥା ସୁବିଧାସୁଯୋଗ ଯୋଗାଇଦେବା ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଆସିଛି । ନୂଆ ବସ୍ଷ୍ଟାଣ୍ଡ ହେଲେ ଗ୍ରାମାଞ୍ଚଳର ଲୋକମାନେ ଅନେକ ମାତ୍ରାରେ ଉପକୃତ ହେବେ । ରାଜ୍ୟରେ ବିକାଶ କ୍ଷେତ୍ରରେ ଏହା ବେଶ ସହାୟକ ହେବ’ ।
Powered by Froala Editor