ଓଡ଼ିଶାରେ ଓମିକ୍ରନ : ଦୁଇ ଆକ୍ରାନ୍ତ ଚିହ୍ନଟ
ଓଡ଼ିଶାରେ କରୋନାର ନୂଆ ଭ୍ୟାରିଅଣ୍ଟ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ପଡୋଶୀ ରାଜ୍ୟଗୁଡିକ ପରେ ଏବେ ଓଡିଶାରେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । ଏକାବେଳେ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨ ଜଣଙ୍କ ଠାରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଓଡ଼ିଶାରେ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଆଇଏଲଏସ ପକ୍ଷରୁ ସୂଚନା ମିଳିଛି ।
ଉଭୟ ସଂକ୍ରମିତ ବିଦେଶ ଫେରନ୍ତା ଅଟନ୍ତି । ଜଣେ ନାଇଜେରିଆରୁ ଫେରିଥିବାବେଳେ ଅନ୍ୟ ଜଣେ କାତାରରୁ ଫେରୁଥିବା ଜଣାପଡିଛି । ସେମାନଙ୍କ ଜିନମ ସିକ୍ବେନ୍ସିଂ ପରେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । ଏନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଏବେ ସୁଦ୍ଧା ୯ ଜଣଙ୍କ ସାମ୍ପୁଲ ଜିନମ୍ ସିକ୍ବେନ୍ସିଂ ପାଇଁ ପଠାଯାଇଛି ।
Powered by Froala Editor