ରାସ୍ତାରେ ହୁତୁହୁତୁ ହୋଇ ଜଳିଲା ଟ୍ରକ୍
ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ହଳଦୀପଦା ବାଇପାସ୍ ରେ ମାଲ ବୋଝେଇ ଟ୍ରକ୍ ଜଳିଯାଇଛି । ଡବ୍ଲୁବି ୨୩ ୯୫୫୬ ନମ୍ବର ବିଶିଷ୍ଟ ଏକ କୋଇଲା ବୋଝେଇ ଟ୍ରକର ଚକା ଫାଟି ରାସ୍ତା ପାର୍ଶ୍ଵ ବାଡ଼ରେ ଧକ୍କା ହେବା ଫଳରେ ସେଥିରେ ନିଆଁ ଲାଗିଯାଇଥିଲା। ଫଳରେ ୩ଘଣ୍ଟା ଧରି ଉକ୍ତ ରାସ୍ତାରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଥିଲା। କୋଇଲା ସହିତ ଟ୍ରକଟି ହୁତୁହୁତୁ ହୋଇ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ବସ୍ତା ଥାନା ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଛନ୍ତି । ନିଆଁକୁ ଅଗ୍ନିଶମ ବିଭାଗ କର୍ମଚାରୀ ଆୟତ୍ତ କରିଛନ୍ତି । ଦୁର୍ଘଟଣା ବେଳେ ଟ୍ରକ୍ ଚାଳକ ଓ ହେଲପର ଫେରାର୍ ହୋଇ ଯାଇଥିଲେ। ସୂଚନାଯୋଗ୍ୟ ଯେ, ଟ୍ରକଟି ତାଳଚେରରୁ କୋଇଲା ନେଇ ପଶ୍ଚିମବଙ୍ଗ ଯାଉଥିବା ଜଣାଯାଇଛି।
Powered by Froala Editor