କରୋନାର ତୃତୀୟ ଲହର ନିଶ୍ଚିନ୍ତ: ନିରଞ୍ଜନ ମିଶ୍ର
ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାରୁ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପାଇଁ ସାରା ବିଶ୍ୱ ଚିନ୍ତାରେ । ସମସ୍ତ ପ୍ରକାର କଟକଣା ସତ୍ତ୍ୱେ ଦେଶରେ ଓମିକ୍ରନ ପଶି ବିଭିନ୍ନ ରାଜ୍ୟରେ ତା’ର କାୟା ବିସ୍ତା କରିବାରେ ଲାଗିଛି । ଏଥିପାଇଁ ବିଭିନ୍ନ ରାଜ୍ୟରେ ସରକାର ଏହାର ମୁକାବିଲା ପାଇଁ ବିଭିନ୍ନ ପ୍ରକାର ପଦକ୍ଷପ ନେଉଛନ୍ତି ।
ଏହାରି ଭିତରେ ଜନ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ବ୍ରିଟେନରେ ଯେଉଁ ଭାବରେ ସଂକ୍ରମଣ ବଢିଚାଲିଛି, ତୃତୀୟ ଲହର ନିଶ୍ଚିନ୍ତ ଓ କରୋନାର ତୃତୀୟ ଲହର ମୁକାବଲା ପାଇଁ ଆମେ ସମର୍ଥ । କିପରି ତୃତୀୟ ଲହରକୁ ମୁକାବିଲା କରିହେବ, ଏଥିପାଇଁ ସମସ୍ତ ପଦକ୍ଷପ ଗ୍ରହଣ କରାଯାଇଛି । ସତର୍କତା ବଢୃାଉଛୁ ଓ ଆନ୍ତର୍ଜାତୀୟ ଯାତ୍ରୀଙ୍କ ସର୍ଭିଲାନ୍ସ ଚାଲିଛି । ଯେତେ ରୋଗୀ ହେଲେ ମଧ୍ୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର କହିଛନ୍ତି । ଏହା ସହିତ ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ଆଟ୍ ରିସ୍କ ଦେଶରୁ ୧୫୦୦ରୁ ଉଦ୍ଧ୍ୱର୍ ଲୋକ ଆସିଲେଣି । ବିଦେଶ ପେରନ୍ତାଙ୍କ ମଧ୍ୟରୁ କଟକର ଜଣେ ବ୍ୟକ୍ତି ଓମିକ୍ରନ ସନ୍ଦିଗ୍ଧ ବୋଲି ଚର୍ଚ୍ଚା ହେଉଛି । ଏହି ବିଷୟରେ ପ୍ରଶାସନକୁ ତଥ୍ୟ ମଗାଯାଇଛି ଓ ସମସ୍ତ ପ୍ରକାର ପରିସ୍ଥିତି ସମ୍ଭାଳିବାର କ୍ଷମତା ଆମ ପାଖରେ ରହିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।
Powered by Froala Editor