ବଡ଼ ଧରଣର ପ୍ରଶ୍ନପତ୍ର ଲିକ୍ ଘଟଣା, ୧୫୯ ଗିରଫ
ନୂଆଦିଲ୍ଲୀ: ଝାଡ଼ଖଣ୍ଡ ଏକ୍ସାଇଜ୍ କନେଷ୍ଟବଳ ନିଯୁକ୍ତି ପରୀକ୍ଷାରେ ଏକ ବଡ଼ ଧରଣର ପ୍ରଶ୍ନପତ୍ର ଲିକ୍ ଘଟଣା ସାମ୍ନାକୁ ଆସିଛି। ଯାହା ସାରା ରାଜ୍ୟରେ ବ୍ୟାପକ ଉତ୍ତେଜନା ସୃଷ୍ଟି କରିଛି। ପୁଲିସ୍ ଏବଂ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏପର୍ଯ୍ୟନ୍ତ ୧୫୯ ଜଣଙ୍କୁ ଗିରଫ କରିଛି। ରିପୋର୍ଟ ଅନୁଯାୟୀ, ପରୀକ୍ଷା ସମୟରେ ହିଁ ପ୍ରଶାସନ ପେପର୍ ଲିକ୍ ସମ୍ପର୍କରେ ସୂଚନା ପାଇଥିଲା। ତୁରନ୍ତ ତଦନ୍ତ ଆରମ୍ଭ କରାଯାଇଥିଲା। ଏବଂ ସନ୍ଦିଗ୍ଧ ପ୍ରାର୍ଥୀମାନଙ୍କ ଉପରେ ନଜର ରଖାଯାଇଥିଲା। ତଦନ୍ତରୁ ଜଣାପଡିଛି ଯେ କିଛି ପ୍ରାର୍ଥୀଙ୍କ ପାଖରେ ପୂର୍ବରୁ ପ୍ରଶ୍ନପତ୍ର ରହିଥିଲା। ଯାହା ସମଗ୍ର ନିଯୁକ୍ତି ପ୍ରକ୍ରିୟାର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ସରକାର ଏକ ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆଗକୁ ଆହୁରି ଗିରଫଦାରୀ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି।
Powered by Froala Editor