କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା ଲୋଡିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ମଧ୍ୟରେ ବୈଠକରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଦାବି ରଖିଥିଲେ। ତେବେ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ସମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶା ବହୁତ ଉନ୍ନତି କରିଛି । ସମାଜିକ ଓ ଅର୍ଥନୈତିକ କ୍ଷତ୍ରରେ ଓଡିଶା ସୂଚକାଙ୍କ ପାଲଟିଛି। ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ ଭାବେ ଗଢି ତୋଳିବା ପାଇଁ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା ଲୋଡିଲେ ମୁଖ୍ୟମନ୍ତ୍ରୀ । ତେବେ ଓଡ଼ିଶାର ଉନ୍ନତି ପାଇଁ ନୀତି ଆୟୋଗ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ କରିବ ବୋଲି କହିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର।
ରାଜ୍ୟର ବିକାଶମୂଳକ କାର୍ୟ୍ୟ ପାଇଁ ନୀତି ଆୟୋଗର ସହାୟତା ଦରକାର ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି। ଏହି ବୈଠକରେ ରାଜ୍ୟର ମୁଣ୍ଡ ପିଛା ଆୟ ବୃଦ୍ଧି, କୃଷି କ୍ଷେତ୍ରରେ ଉନ୍ନତି ଓ ଖଣି ଖାଦାନରେ ଉନ୍ନତି ପାଇଁ ଫିଜିକାଲ ଡେଫସିଟ ୫ ପ୍ରତିଶତ ତଳେ ରହିଛି ବୋଲି କହିଛନ୍ତି ରାଜୀବ କୁମାର । ଏହା ସହ ରାଜ୍ୟର ଖଣିଜ ଉତ୍ପାଦନକୁ ୨ ପ୍ରତିଶତରୁ ଅଧିକ କରିବା ପାଇଁ ରାଜ୍ୟକୁ ସେ ପରାମର୍ଶ ଦେଇଛନ୍ତି। ରାଜ୍ୟର ନିରନ୍ତର ବିକାଶଧାରାକୁ ଆଗକୁ ନେବା ପାଇଁ ଏକ ଏସଡ଼ିଜି ମନିଟରିଂ ୟୁନିଟ କରିବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ରାଜୀବ କୁମାର । ପୋଷଣ, ସ୍ୱାସ୍ଥ୍ୟ, ମୁଣ୍ଡ ପିଛା ଆୟ, ଜିଡ଼ିପିର ଗ୍ରୋଥ୍ ହୋଇଛି । ମାତ୍ର ଏହାକୁ ମିନିଟରିଂ କରିବା ପାଇଁ ଏକ ଏସଡ଼ିଜି ୟୁନିଟ ଗଠନ ପାଇଁ ମଧ୍ୟ ଦେଇଛନ୍ତି ପରାମର୍ଶ ।
Powered by Froala Editor