ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଯନ୍ତ୍ରୀ

ନବରଙ୍ଗପୁର: କୋଡିଏ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କନିଷ୍ଠ ଯନ୍ତ୍ରୀ ବୀଣାପାଣି ବେହେରା ।
ଅଭିଯୋଗ ଅନୁଯାୟୀ ପାପଡାହାଣ୍ଡି ବ୍ଲକ କର୍ତିଆଗୁଡା ଠାରୁ ମୁଦୁଲିଗୁଡା ଗ୍ରାମ ପର୍ୟ୍ୟନ୍ତ ୧ ଲକ୍ଷ ୨୫ ହଜାର ଟଙ୍କା ରାସ୍ତା ଉନ୍ନତୀକରଣ କାମର ବିଲ କରିବା ପାଇଁ ଜେଇ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପାପଡାହାଣ୍ଡି ବ୍ଲକର ମୁଦୁଲିଗୁଡା ଗ୍ରାମର ଠିକାଦାର ମନ୍ଧର ଦିଶାରି ଏ ନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ନବରଙ୍ଗପୁର ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ଟିମ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲା। ତେବେ ଜେଇ ଟଙ୍କା ନିଜେ ଗ୍ରହଣ ନ କରି ନିଜ ସରକାରୀ ବାସଭବନର ଥିବା ଖଟ ଗଦି ତଳେ ରଖିବାକୁ କହିଥିଲେ । ଜେଇଙ୍କ ଘରକୁ ଖୋଜା ଖୋଜି କରି ଭିଜିଲାନ୍ସ ଟିମ୍ ଟଙ୍କା ଜବତ କରିଥିଲେ ।
ଲାଞ୍ଚ ନେଇଥିବା ଅଭିଯୋଗରେ ପାପଡାହାଣ୍ଡି ବ୍ଲକ ଜେଇ ବୀଣାପାଣି ବେହେରାଙ୍କୁ ରିରଫ କରି ଭିଜିଲାନ୍ସ କାର୍ୟ୍ୟାଳୟକୁ ନେବା ସମୟରେ ଉତ୍ତେଜନା ଦେଖାଦେଇଥିଲା । ସ୍ଥାନୀୟ ଲୋକ ଏହାକୁ ବିରୋଧ କରି ଭିଜିଲାନ୍ସ ବିଭାଗର ଗାଡ଼ିକୁ ଅଟକ ରଖିଥିଲେ । ଜେଇଙ୍କୁ ଜାଣି ଶୁଣି ଫସେଇ ଦିଆଯାଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ। ପୋଲିସର ହସ୍ତକ୍ଷେପ ପରେ ଭିଜଲାନ୍ସ ଗାଡ଼ିକୁ ଗ୍ରାମବାସୀ ଛାଡିଥିଲେ।
Powered by Froala Editor