ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲା ଏରାବର ଥାନା ଅଞ୍ଚଳରେ ମାଓବାଦୀମାନେ ପୁଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗଳାକାଟି ହତ୍ୟା କରିଛନ୍ତି । ଏରାବର ଗାଁର ଦାରେ ନବୀନ ନାମକ ଯୁବକ ରାତିରେ ଶୋଇଥିବା ସମୟରେ ସୋମବାର ଘରୁ ଡାକି ନେଇ ମାଓବାଦୀମାନେ ହତ୍ୟା କରିଥିବା ଜଣାପଡିଛି । ଏନେଇ ସୁକୁମା ଏସପି ସୁନିଲ ଶର୍ମା ସୂଚନା ଦେଇଛନ୍ତି । ହତ୍ୟା ପରେ ଶବ ନିକଟରେ ଏକ ଚିଠି ଛାଡିଛନ୍ତି । ପୋଲିସ ପାଇଁ ଗୁଇନ୍ଦା କାମ କରିବା, ଜଙ୍ଗଲ ନଷ୍ଟ କରିବା ଓ ବେଆଇନ୍ ଭାବେ ଜଙ୍ଗଲ ଜମିକୁ ଅଧିଗ୍ରହଣ କରିବା କାମରେ ଲିପ୍ତ ଥିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି । ଘଟଣା ସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚି ଶବ ଉଦ୍ଧାର କରିଛନ୍ତି ।
ସୂଚନା ଯେ, ସୋମବାର ବିଳମ୍ବିତ ରାତିରେ ୧୦ ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ଏରାବର ଥାନା କବାସିଗୁଡ଼ା ଗାଁରେ ପଶି ନବୀନଙ୍କୁ ଘରୁ ଡାକି ନେଇଥିଲେ । ଏହାପରେ ଗାଁ ମୁଣ୍ଡରେ ନବୀନକୁ ହତ୍ୟା କରିଛନ୍ତି ।
Powered by Froala Editor