ଗ୍ରିଲ କାଟି ଜେଲ୍ରୁ କଏଦି ଫେରାର
ବାଲିଗୁଡ଼ା: ଗ୍ରିଲ କାଟି ଜେଲ୍ରୁ ଫେରାର ହୋଇଗଲା କଏଦି । କନ୍ଧମାଳ ଜିଲ୍ଲା ବାଲିଗୁଡା ସବଜେଲ୍ରୁ ଜଣେ କଏଦୀ ପୁଲିସ୍ର କଡ଼ା ପହରାକୁ ଚ୍ୟାଲେଞ୍ଜ ଦେଇ ଫେରାର ହୋଇଯାଇଛି । ଫେରାର କଏଦୀ ଜଣକ ଟୁକୁନା ମାଳି ବୋଲି ଜଣାପଡିଛି । ତାଙ୍କ ଘର ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କୁମ୍ଭାରୀଗାଁରେ ।
ଟୁକୁନା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲ୍ରେ ସଜା କାଟୁଥିଲେ । ହେଲେ ଗତକାଲି ସେ ଜେଲ୍ ପରିସରରେ ଥିବା ଏକ ଝରକାର ଲୁହା ଗ୍ରୀଲ କାଟି ଖସି ପଳାଇବାରେ ସକ୍ଷମ ହୋଇଥିଲେ । ଏ ନେଇ ଜେଲ୍ କର୍ତ୍ତୃପକ୍ଷଙ୍କ ତରଫରୁ ବାଲିଗୁଡା ଥାନାରେ ଅଭିଯୋଗ କରାଯାଇଛି ।
ଅଭିଯୋଗ ପାଇବା ପରେ ବାଲିଗୁଡା ଥାନା ଅଧିକାରୀ ଜେଲରେ ପହଁଚି ଖୋଲତାଡ଼ ଆରମ୍ଭ କରିଛନ୍ତି ।ଏହା ସହ ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ କଏଦୀକୁ ଧରିବା ଲାଗି ଚଢ଼ାଉ ଜାରି ରହିଛି ପୁଲିସ୍ ।
Powered by Froala Editor