କଏଦୀର ସନ୍ଦେହଜନକ ମୃତ୍ୟୁ : ଛାତିରେ ଯନ୍ତ୍ରଣା ହେଲା, ମୃତ୍ୟୁ ଘଟିଲା

ବାରିପଦା ମଣ୍ଡଳ କାରାଗାରରେ ବିଚାରଧୀନ ଅବସ୍ଥାରେ ଥିବା କଏଦୀର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ବାରିପଦା ଟାଉନ ଥାନା ଅନ୍ତର୍ଗତ ବାବୁସାହିର ୱାର୍ଡ ନମ୍ବର ୫ ଅଞ୍ଚଳର ଶଙ୍ଖୁ ରାୟ( ୩୦ ବର୍ଷ) । ଛାତିରେ ଯନ୍ତ୍ରଣା ହେବା ପରେ ଜେଲ କର୍ତ୍ତୃପକ୍ଷଙ୍କ ଦ୍ଵାରା ବାରିପଦା ପି.ଆର.ଏମ. ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। କିନ୍ତୁ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଛି ।
ବଧୂ ହତ୍ୟା ଅଭିଯୋଗରେ ଗିରଫ ହୋଇଥିଲେ ଶଙ୍ଖୁ ରାୟ, ତାଙ୍କ ମାଆ, ବାପା ଓ ବଡ଼ ଭାଇ। ଶଙ୍ଖୁ ରାୟଙ୍କୁ ବାରିପଦା ସ୍ଥିତ ମଣ୍ଡଳ କାରାଗାରରେ ରଖାଯାଇଥିଲା। ତାଙ୍କୁ ସହିତ ତାଙ୍କ ବାପା, ମା ଓ ବଡ଼ଭାଇ ମଧ୍ୟ ବିଚାରାଧୀନ ଅବସ୍ଥାରେ ଜେଲ୍ ଦଣ୍ଡ ଭୋଗୁଥିଲେ। ୬ ମାସ ତଳେ ଜେଲ ଭିତରେ ବିଚାରାଧୀନ ଅବସ୍ଥାରେ ଶଙ୍ଖୁ ରାୟଙ୍କ ମାଆଙ୍କ ମୃତ୍ୟୁ ଘଟିଛି। ଆଜି ଖାଇବା ପରେ ହଠାତ୍ ଶଙ୍ଖୁଙ୍କ ଛାତି ଯନ୍ତ୍ରଣା ହୋଇଥିଲା। ଏହାପରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ବାରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଆଣି ଭର୍ତ୍ତି କରାଯାଇଥିବା ନେଇ ତାଙ୍କ ଓକିଲ ସ୍ବର୍ଣ୍ଣଲିପି ଦାସ ପଟ୍ଟନାୟକ ସୂଚନା ଦେଇଛନ୍ତି । ସେଠାରେ ଡାକ୍ତର ତାଙ୍କୁ ପୂର୍ବରୁ ମୃତ୍ୟୁ ହୋଇସାରିଥିବା ନେଇ ଘୋଷଣା କରିଥିଲେ । ଉକ୍ତ ଘଟଣାର ସତ୍ୟାସତ୍ୟର ଯାଞ୍ଚ କରିବା ପାଇଁ ପଡୋଶୀ ଓ ଆଇନଜୀବୀ ଦାବି ଜଣାଇଛନ୍ତି।
Powered by Froala Editor