ଯାଜପୁରରେ କେନ୍ଦ୍ରୀୟ ଟିମ
ଯାଜପୁର: ଯାଜପୁର ଜିଲ୍ଲାରେ କେନ୍ଦ୍ରୀୟ ଅନୁଧ୍ୟାନ ଟିମ୍। ବାତ୍ୟା ଜଓ୍ବାଦର କ୍ଷୟକ୍ଷତି ଆକଳନ ନେଇ ଆଜି କେନ୍ଦ୍ରୀୟ ଟିମ୍ ସକାଳ ୧୦ଟା ୩୦ରେ ଜିଲ୍ଲା ସର୍କିଟ ହାଉସରେ ପହଞ୍ଚିଥିଲା । ଏହାପରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ଆଜି ୪ଟି ବ୍ଲକର ୧୨ଟି ଅଞ୍ଚଳରେ ବାତ୍ୟା କ୍ଷୟକ୍ଷତିର ଆକଳନ କରିବା ସହ ଚାଷୀଙ୍କ ସହ ଆଲୋଚନା କରିବ କେନ୍ଦ୍ରୀୟ ଟିମ୍ ।
ଟିମରେ ରହିଛନ୍ତି ଶାଶ୍ବତ ମହାପାତ୍ର ଓ ଡକ୍ଟର ମାନସ ସିହ୍ନା । ପ୍ରଥମେ ଦଶରଥପୁର, ବିଞ୍ଝାରପୁରର ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ପରେ ଅପରାହ୍ନରେ ଧର୍ମଶାଳା ଓ ବଡଚଣା ଗସ୍ତ କରି ଭୁବନେଶ୍ବର ଫେରିବେ ।
Powered by Froala Editor