ଆଜି ଦେଶରେ ୭ହଜାର ୭୭୪ କରୋନା ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ଉପର ତଳ ହେଉଛି କରୋନା ସଂକ୍ରମଣ । ଦିନେ କମିଲେ ଦିନେ ବଢୁଛି ଦୈନିକ ସଂକ୍ରମଣ । ଗତ ୨୪ଘଣ୍ଟାରେ ଦେଶରେ ୭ହଜାର ୭୭୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସାପ୍ତାହିକ ପଜିଟିଭ୍ ହାର ୦.୭୧ ପ୍ରତିଶତରୁ କମ୍ ରହିଛି । ଦୈନିକ ପଜିଟିଭ୍ ହାର ୦.୬୪ ପ୍ରତିଶତ ରହିଛି । ଅନ୍ୟପକ୍ଷରେ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୯୨ହଜାର ୨୮୧ ରହିଛି । ସକ୍ରିୟ ମାମଲା ୦.୨୭ ପ୍ରତିଶତରେ ପହଞ୍ଚିଛି ।
ଏହାରିଭିତରେ ବର୍ତ୍ତମାନ ସୁଦ୍ଧା ୧୩୨କୋଟି ୯୩ଲକ୍ଷ ୮୪ହଜାର ୨୩୦ ଜଣଙ୍କୁ ଟିକାଦାନ ସରିଛି । ସେହିପରି ଆଜିି ଦେଶରେ ୮ହଜାର ୪୬୪ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ବଢୁଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ବୃଦ୍ଧି ପାଉଛି । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ୪୮ଘଣ୍ଟା ପାଇଁ ମୁମ୍ବାଇରେ ୧୪୪ଧାରା ଜାରି କରାଯାଇଛି ।
Powered by Froala Editor