ଆଜି ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ
ଗଞ୍ଜାମ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ କାର୍ୟ୍ୟକ୍ରମ । ମାଆ ତାରାତାରିଣୀଙ୍କ ଦର୍ଶନ ସହ ବିଜୁ ସ୍ବାସ୍ଥ୍ୟକାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ।
ଏହାପରେ ହିଞ୍ଜିଳି ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ୟ୍ୟକ୍ରମ ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସଭାସ୍ଥଳି ନିକଟରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ସେପଟେ ଅଣ୍ଡାମାଡ଼ ଭୟରେ ରାତି ଅଧରେ ୨ ବିଜେପି ନେତାଙ୍କୁ ଉଠାଇ ନେଇଛି ଗଞ୍ଜାମ ଖଲ୍ଲିକୋଟ ପୋଲିସ । ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ପଣ୍ଡା ଓ ଜିଲ୍ଲା ଯୁବମୋର୍ଚା ସଭାପତି ପ୍ରମୋଦ ପଣ୍ଡାଙ୍କୁ ଥାନାରେ ଅଟକ ରଖାଯାଇଛି ।
Powered by Froala Editor