୨୦ ଦିନ ପୂର୍ବରୁ ସରିଲା ଶୀତକାଳୀନ ଅଧିବେଶନ
୨୦ ଦିନ ପୂର୍ବରୁ ଶେଷ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ଧାର୍ଯ୍ୟ ୨୦ ଦିନ ପୂର୍ବରୁ ତଥା ୧୭ଟି କାର୍ଯ୍ୟ ଦିବସ ବାକି ଥାଇ ଶୀତକାଳୀନ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରି ଦେଇଛନ୍ତି ବାଚସ୍ପତି।
ଗୃହରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମୁଲତବି ପ୍ରସ୍ତାବ ଆଣିଥିଲେ। ଗୃହ୍ରେ ଆଉ କୌଣସି ବିଜ୍ନେସ୍ ନଥିବାରୁ ସେ ମୁଲତବି ପ୍ରସ୍ତାବ ଆଣିଥିଲେ। ଆଉ ତା’ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି। ସେପଟେ ଏହି ସମୟରେ ବିଜେପି ଓ କଂଗ୍ରେସ କକ୍ଷ ତ୍ୟାଗ କରିଥିଲେ ।
ତେବେ ଏହି ୯ ଦିନରେ ପ୍ରାୟ ୨ଘଣ୍ଟା ବି ଚାଲିପାରିଲାନି ଗୃହ । ମମିତା ମେହେର ହତ୍ୟାକାଣ୍ଡକୁ ନେଇ ହୁଲୁସ୍ତଲ ହୋଇଥିଲା ବିଧାନସଭା । କଂଗ୍ରେସ ପ୍ରଥମ ଦିନରୁ ବିଧାନସଭାରେ ତାଲା ପକାଇ ପ୍ରତିବାଦକୁ ଜୋରଦାର କରିଥିଲା । ବିଜେପି ମଧ୍ୟ ଗଙ୍ଗା ଜଳ ଓ ଗୋବର ପାଣି ପକାଇ ପ୍ରତିବାଦ କରିଥିଲା । ଶାସକ ଦଳ କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ଏପରିକି ଗୋଟିଏ ଦିନ ବି ପ୍ରଶ୍ନକାଳ ଚାଲି ପାରିନ ଥିବା ବେଳେ ଗୋଟିଏ ବି ମୁଲତବୀ ପ୍ରସ୍ତାଵ ଆଲୋଚନା ହୋଇ ପାରିନି ।
Powered by Froala Editor