ପ୍ରଫୁଲ୍ଲ ମାଝୀ ବିଜେଡିରେ ମିଶିଲେ
ଭୁବନେଶ୍ବର: ବିଜେଡିରେ ଯୋଗଦେଲେ ସୁନ୍ଦରଗଡ଼ ତଳସରାର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଡାକ୍ତର ପ୍ରଫୁଲ୍ଲ ମାଝୀ । ଗତ ୬ ତାରିଖରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରତାପ ଦେବ, ପ୍ରୀତିରଂଜନ ଘଡ଼େଇଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ମିଶ୍ରଣ ପର୍ବରେ ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଉପସ୍ଥିତ ଥିଲେ ।
ତଲସରା ନିର୍ବାଚନ ମଣ୍ଡଳୀରୁ ୩ଥର ବିଧାୟକ ହୋଇଥିଲେ ପ୍ରଫୁଲ୍ଲ ।
ବିଜେଡିରେ ସାମିଲ ହେବା ପରେ ସେ କହିଛନ୍ତି, ତଲସରା ଦିନେ କଂଗ୍ରେସର ଗଡ଼ ଥିଲା । ଦିଲ୍ଲୀରୁ ଓଡ଼ିଶା ମୁରବୀବିହୀନ ହୋଇପଡିଛି କଂଗ୍ରେସ । ଦଳରେ ତାଙ୍କୁ ଅଣଦେଖା କରିବା ସହ ଅପମାନିତ କରାଯାଉଥିଲା । ସେଭଳି ଦଳରେ ରହି ଲୋକଙ୍କ ସେବା କରିବା ସମ୍ଭବ ହେଲାନି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛି । ଆଦିବାସୀଙ୍କ ବିକାଶ ସହ ସୁନ୍ଦରଗଡ ଜିଲ୍ଲା ଏବଂ ରାଜ୍ୟର ବିକାଶ ନେଇ କାମ କରିବୁ ବୋଲି ସେ କହିଛନ୍ତି ।
Powered by Froala Editor