ମହିର ଦାସ ଅସୁସ୍ଥ
ଭୁବନେଶ୍ୱର: କଳାକାର ଜଗତର ବିରାଟ ହସ୍ତି ମହିର ଦାସ । ସେ ଏମିତି ଏକ କଳାକାର ଯେକୌଣସି ଚରିତ୍ରରେ ନିଖୁଣ ଅଭିନୟ କରି ଅନେକ ଦର୍ଶକଙ୍କ ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରପାରିଛନ୍ତି । ବରିଷ୍ଠ ଅଭିନେତା ମହିର ଦାସ ଅସୁସ୍ଥ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଛି। ସେ ଏବେ କଟକର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି ।
ମିହିର ଦାସ ୧୯୭୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ଗୋଟିଏ ପରେ ଗୋଟିଏ ଫିଲ୍ମ କରି ସେ ଅନେକ ଓଡିଶାବାସୀଙ୍କ ହୃଦୟ ଜିଣିଛନ୍ତି। ୩ବର୍ଷ ହେଲାଣି କିଡନୀ ଜନିତ ସମସ୍ୟାରେ ପୀଡିତ ମିହିର ଦାସଙ୍କୁ ଗତ ୭ ତାରିଖରେ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା ।
ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଶୀଘ୍ର ଭଲ ହୋଇଯାଉ ଏହା ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।
Powered by Froala Editor