ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ତାମିଲନାଡ଼ୁରେ ଏକ ବଡ଼ ଅଘଟଣ ଘଟିଛି । ତାମିଲନାଡ଼ୁ କୁନ୍ନୁରରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ୪ ଜଣ ରହିଥିବା ସୂଚନା ମିଳିଛିି । ତେବେ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି ।
ଉକ୍ତ ହେଲିକପ୍ଟରରେ ସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ତେବେ ହେଲିକପ୍ଟର ଦୁର୍ଘଟଣା ପଛର କାରଣ ସମ୍ପର୍କରେ କିଛି ଜଣାପଡ଼ିନାହିଁ ।
Powered by Froala Editor