ବିଷାକ୍ତ ମଦ ପିଇ ମହିଳା ମୃତ

ପାଟଣା: ମଦ୍ୟପାନ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ । ଆଜିକାଲି ଏହି କଥା ଉଚ୍ଚାରଣରେ ହିଁ ଶୋଭା ପାଉଛି । ମଦ୍ୟପାନ କରି ନିଶାସକ୍ତ ହୋଇ କିଛି ସଭ୍ୟ ବ୍ୟକ୍ତି ମଧ୍ୟ ଅସଭ୍ୟ କାଣ୍ଟ କରି ବସୁଛନ୍ତି । ଏହି ମଦ ଅନେକ ପରିବାରରେ କଳହ ସୃଷ୍ଟି କରୁଛି । ଏହି ମଦ ପାଇଁ ଅନ୍ୟାୟସରେ ଅନେକ ଜୀବନ ମଧ୍ୟ ଯାଉଛି ।
ଏହି ମଦ ପାଇଁ ଏକ ଅଭାବନୀୟ କାଣ୍ଡ ସାମ୍ନାକୁ ଆସିଛି । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ କୁଠାଘର କୁଦରସାହିର ଜଣେ ମହିଳା ମଦ ପିଇ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ଉକ୍ତ ମହିଳା ଜଣଙ୍କ ହେଉଛନ୍ତି ବିରଞ୍ଚି ମୁଣ୍ଡାଙ୍କ ସ୍ତ୍ରୀ ଗୁରୁବାରୀ । ତାଙ୍କ ବୟସ ୫୦ ବର୍ଷ ।
ସ୍ୱାମି ବିରଞ୍ଚିଙ୍କ ଅଭିଯୋଗ ଅନୁଯାୟୀ, ଗତ ରବିବାର ସାରେ ଘର ନିକଟ ନୂଆଗାଁ ସାପ୍ତାହିକ ହାଟରୁ ଗରୁବାରୀ ହାଣ୍ଡିଆରୁ ପ୍ରସ୍ତୁତ ମଦ(ରସି) ପିଇ ଆସିଥିଲେ । ଘରେ ଆସି ବାନ୍ତି କରି ସେ ଗୁରୁତର ହୋଇପଡିଥିଲେ । ତେଣୁ ତାଙ୍କୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସୋମବାର ସକାଳେ ତାଙ୍କର ସେଠାରେ ମୃତୁ୍ୟ ହୋଇଥିଲା । ତେବେ ତାଙ୍କର ବିଷାକ୍ତ ମଦ ପିଇ ତାଙ୍କର ମତୁ୍ୟ ହୋଇଥିବା, ମୃତ ଦେହ ବ୍ୟବଚ୍ଛେଦ କରିିଥିବା ଡାକ୍ତର ସୂଚନା ଦେଇଛନ୍ତି ବୋଲି ଘଟଗାଁ ଥାନା ଅଧିକାରିଣୀ ପ୍ରତିଭା ସାହୁ କହିଛନ୍ତି ।
Powered by Froala Editor