ଆନ୍ତଃରାଜ୍ୟ ପର୍ୟ୍ୟଟନ ତାଲିକାର ଶ୍ରେଷ୍ଠ ସ୍ଥାନରେ ଓଡିଶା

ଭୁବନେଶ୍ୱର: ଆନ୍ତଃରାଜ୍ୟ ପର୍ୟ୍ୟଟନ ତାଲିକାର ଶ୍ରେଷ୍ଠ ସ୍ଥାନରେ ଓଡିଶା । Travel+Leisure India magazineର ୧୦ମ ସଂସ୍କରଣର ସର୍ବେକ୍ଷଣ ଅନୁସାରେ ପର୍ୟ୍ୟଟନ ସମ୍ଭାର ଓ ଭିତ୍ତିଭୂମି ତାଲିକାରେ ଯୁଗ୍ମ ଭାବେ ଓଡିଶା ଓ ରାଜସ୍ଥାନ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ସ୍ଥାନିତ ହୋଇଛନ୍ତି । ଶିମିଳିପାଳ ଜୈବମଣ୍ଡଳଶିମିଳିପାଳ ଜୈବମଣ୍ଡଳସର୍ବେକ୍ଷଣ ସମ୍ପର୍କରେ ଉକ୍ତ ପତ୍ରିକା ପକ୍ଷରୁ ପ୍ରକାଶ କରାଯାଇଛି ଯେ, ପର୍ୟ୍ୟଟନ ସମ୍ଭାର ଓ ଭିତ୍ତିଭୂମିରେ ଓଡ଼ିଶା ଏକ ଆଶ୍ଚର୍ୟ୍ୟଜନକ ଭଣ୍ଡାର ସଦୃଶ । ଓଡିଶାର ବିଭିନ୍ନ ପ୍ରସିଦ୍ଧ ପର୍ୟ୍ୟଟନସ୍ଥଳୀ ଧଉଳିଗିରି, ଲଳିତଗିରି ଏବଂ ଉଦୟଗିରିର ପ୍ରମୁଖ ସ୍ଥାନ ବୌଦ୍ଧ କୀର୍ତ୍ତିରାଜିର ଗୌରବ ବହନ କରୁଛି । ସେହିପରି କେବଳ ଐତିହାସିକ କୀର୍ତ୍ତିରାଜି ନୁହେଁ ବରଂ ପ୍ରାକୃତିକ ସମ୍ଭାରରେ ମଧ୍ୟ ଓଡିଶାର ସ୍ଥାନ ଅଦ୍ବିତୀୟ । ଚିଲିକା ହ୍ରଦର ଡଲଫିନ୍ ଏବଂ ପ୍ରତିବର୍ଷ ଗହିରମାଥା ବେଳାଭୂମିରେ ଅଣ୍ଡାଦାନ ପାଇଁ ଏକାଠି ହେଉଥିବା ଲକ୍ଷାଧିକ ବିରଳ ତଥା ସାମୁଦ୍ରିକ ଅଲିଭ ରିଡଲେ କଇଁଛ ବିଶ୍ବବ୍ୟାପୀ ପ୍ରକୃତିପ୍ରେମୀ ଓ ପରିବେଶବିତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ।ସେହିପରି ଓଡିଶାର ଆଦିବାସୀ ଲୋକକଳା ଏବଂ ହସ୍ତଶିଳ୍ପ, ପିପିଲିର ପ୍ରସିଦ୍ଧ ଚାନ୍ଦୁଆ କାରିଗରୀ ମଧ୍ୟ ଓଡିଶାକୁ ଭିନ୍ନ ପରିଚୟ ଦେଇଛି । ବିଶ୍ବ ପ୍ରସିଦ୍ଧ ପୁରୀର ଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସମେତ ଅନ୍ୟ କିଛି ମନ୍ଦିରର ବିଷ୍ମୟ କଳାକୃତ୍ତି ଓଡିଶାର ମହାନ ଭାସ୍କର୍ୟ୍ୟ କଳାର ପରିଚୟ ବହନ କରେ । ଓଡ଼ିଶାର ୪୮୦ କିଲୋମିଟର ସୁଦୀର୍ଘ ବେଳାଭୂମି ସାମୁଦ୍ରିକ ପର୍ୟ୍ୟଟନ କ୍ଷେତ୍ରରେ ଓଡିଶାକୁ ଏକ ଭିନ୍ନ ପରିଚୟ ଦେଇଥିବା ଉକ୍ତ ପତ୍ରିକାର ସର୍ଭେରେ ଦର୍ଶାଯାଇଛି ।ସେହିପରି ରାଜ୍ୟର ବିଭିନ୍ନ ପର୍ୟ୍ୟଟନ ଭିତ୍ତିଭୂମି ମଧ୍ୟରେ ମୟୂରଭଞ୍ଜ ଜିଲ୍ଲା ସର୍ବୋତ୍ତୋମ ସ୍ଥାନରେ ରହିଛି । ଜୈବ ବିବିଦ୍ଧତା, ବନ୍ୟଜନ୍ତୁ ଏବଂ ପ୍ରାକୃତିକ ସୌନ୍ଧର୍ୟ୍ୟର ଗନ୍ତାଘର ହେଉଛି ମୟୂରଭଞ୍ଜ ଜିଲ୍ଲା । ୨,୭୫୦ ବର୍ଗ କିଲୋମିଟର ବିସ୍ତୃତ ଶିମିଳିପାଳ ଜୈବମଣ୍ଡଳ ଅନ୍ତର୍ଗତ ଟାଇଗର ରିଜର୍ଭ ପ୍ରୋଜେକ୍ଟ ଏବଂ ଜାତୀୟ ଉଦ୍ୟାନ ସମଗ୍ର ଦେଶର ପର୍ୟ୍ୟଟନ ମାନଚିତ୍ରରେ ଓଡିଶାକୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି, ଯାହା ବିଶ୍ବବ୍ୟାପୀ ପ୍ରକୃତିପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ବୋଲି କହିଛି ସର୍ବେକ୍ଷଣକାରୀ ପତ୍ରିକା । ଏହା ବ୍ୟତୀତ ରାଜ୍ୟର ଅନ୍ୟ କିଛି ପ୍ରମୁଖ ପର୍ୟ୍ୟଟନସ୍ଥଳୀ, ପ୍ରାଚୀନ ଐତିହ୍ୟ, ମଠ, ମନ୍ଦିର ଓ କିମ୍ବଦନ୍ତୀ ପାରମ୍ପାରିକ ଖାଦ୍ୟକୁ ମଧ୍ୟ ସର୍ବେକ୍ଷଣରେ ପରିସରଭୁକ୍ତ କରିବା ସହ ଓଡିଶାକୁ ରାଜସ୍ଥାନ ସହ ଯୁଗ୍ମ ଭାବେ ଶ୍ରେଷ୍ଠ ସ୍ଥାନରେ ସ୍ଥାନିତ କରିଛି ଉକ୍ତ ପତ୍ରିକା ।
Powered by Froala Editor