ବର୍ଷା ଯୋଗୁଁ କ୍ଷୟକ୍ଷତି, ରିପୋର୍ଟ ଆକଳନ କରୁଛି କୃଷି ବିଭାଗ

ଭୁବନେଶ୍ୱର: ଅଦିନିଆ ବର୍ଷା ଯୋଗୁଁ କ୍ଷୟକ୍ଷତି ରିପୋର୍ଟ ଆକଳନ କରୁଛି କୃଷି ଏବଂ ରାଜସ୍ୱ ବିଭାଗ ଏ ସଂକ୍ରାନ୍ତରେ ଆଖିଦେଖା ରିପୋର୍ଟ ୭ ତାରିଖ ସୁଦ୍ଧା ଆସିବ । ବିସ୍ତୃତ ରିପୋର୍ଟ ଆସିବାକୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି ।
ଏହା ପରେ ଏସଆରସିଙ୍କ ନିଦେ୍ର୍ଧଶ ଅନୁସାରେ କ୍ଷତିପୂରଣ ବ୍ୟବସ୍ଥା କରାଯିବ । ବିଭାଗ କହିଛି, ଅଦିନିଆ ବର୍ଷାରେ ରାଜ୍ୟର ୧୯ଟି ଜିଲ୍ଲାର ଫସଲ କ୍ଷତିଗ୍ରସ୍ତ ହେବା ନେଇ ଆଶଙ୍କା କରାଯାଉଥିଲା । ଯେଉଁଭଳି କ୍ଷତିର ଆଶଙ୍କା ଥିଲା, ତାହା ଟଳି ଯାଇଛି । ଏହା ସତ୍ତ୍ୱେ ମଧ୍ୟ ବିଭିନ୍ନ ସ୍ଥାନରେ ଫସଲ ଓ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି । ବିଶେଷ କରି ଧାନ ଫସଲ ପାଚି ଯାଇଥିବାରୁ ଏହାକୁ ନେଇ ଚିନ୍ତା ରହିଛି । କୃଷି ବିଭାଗ କର୍ମଚାରୀ ଆରଆଇଙ୍କ ସହିତ ମିଳିତ ଭାବରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରୁଛନ୍ତି ।
Powered by Froala Editor