କରୋନ ଭୟ, ଛୁଇଁଲେନି ବନ୍ଧୁ ଓ ପରିବାର ବର୍ଗ !

ବୌଦ୍ଧ: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ଜଣେ କୁମ୍ଭମେଳା ଫେରନ୍ତା ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତୁ୍ୟ ହୋଇଥିବାବେଳେ କରୋନା ଭୟରେ ମୃତଦେହ ପାଖକୁ ବନ୍ଧୁ ଓ ପରିବାର ବର୍ଗ ଆସୁନାହାନ୍ତି । ହରଭଙ୍ଗା ଥାନା ଧଳପୁର ଗ୍ରାମରେ ଏହି ଘଟଣା ଘଟିଛି । ୯ଘଣ୍ଟା ଧରି ଘର ଆଗରେ ମୃତଦେହ ପଡ଼ିରହିଛି । ଗତ ୨୨ ତାରିଖ ଦିନ ସମ୍ପୃକ୍ତ ଅବସରପ୍ରାପ୍ତ ଶିକ୍ଷକ ସ୍ୱାବ ଟେଷ୍ଟ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ରିପୋର୍ଟ ଆସିନାହିଁ । ଏହାରି ଭିତରେ ତାଙ୍କର ମୃତୁ୍ୟ ହୋଇଥିବାବେଳେ ତାଙ୍କର ମୃତୁ୍ୟ କରୋନା ଜନିତ ଭାବି ମୃତଦେହକୁ କେହି ଛୁଉଁ ନାହାନ୍ତି ।
Powered by Froala Editor