ହିଙ୍ଗୁଳା ମନ୍ଦିରର ବିକାଶ ପାଇଁ ୯.୩୨ କୋଟି ମଞ୍ଜୁର

ତାଳଚେର: ତାଳଚେର ହିଙ୍ଗୁଳା ମନ୍ଦିରର ବିକାଶ ପାଇଁ ୯.୩୨ କୋଟି ମଞ୍ଜୁର ହୋଇଛି । ଏମସିଏଲର ସିଏସଆର ପାଣ୍ଠିରୁ ମନ୍ଦିରର ବିକାଶ ପାଇଁ ଟଙ୍କା ମଞ୍ଜୁର କରାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ମନ୍ଦିର ପାଇଁ ଟଙ୍କା ମଞ୍ଜୁର କରାଯାଇଛି । ଏନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର । ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ଅନୁରୋଧ କରିଥିଲେ ଧର୍ମେନ୍ଦ୍ର ।
Powered by Froala Editor