ଗୃହ ମୁଲତବି ପରେ ଗାନ୍ଧୀ ମୂର୍ତ୍ତି ତଳେ ବିଜେଡି ବିଧାୟକ

ଭୁବନେଶ୍ୱର: ଆଜି ବିଧାନସଭା ଶୀତକାଳୀନ ଅଧିବେସନର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ସେହି ସମାନ ସ୍ଥିତି ଦେଖିବାକୁ ମିଳିଛି । ଆଜି ବିଧାନସଭା ଆରମ୍ଭରୁ ବିଜେପି ଓ କଂଗ୍ରେସ ସଭ୍ୟମାନେ ହୋହାଲ୍ଲା କରିଥିଲେ । ମମିତା ମେହେର ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଗୃହମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଧାନସଭା ଗୃହକୁ ପୁରେଇ ନଦେବା ପାଇଁ, ଆଜି ଗୃହ ଆରମ୍ଭରୁ ବିଜେପି ସଭ୍ୟମାନେ ଗୃହ ମଝିକୁ ଆସି ପୋଷ୍ଟର, ବ୍ୟାନର ଦେଖାଇ ହୋହାଲ୍ଲା କରିଥିଲେ ।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି । ଏହାପରେ ବିଧାନମଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ବିରୋଧୀଙ୍କୁ କାଉଣ୍ଟର କରି ବିଜେଡି ବିଧାୟକମାନେ ଗ୍ୟାସ ଦର ବୃଦ୍ଧିକୁ ପ୍ରତିବାଦ କରି ଧାରଣା ଦେଇଛନ୍ତି ।
Powered by Froala Editor