ରାଜ୍ୟରେ କରୋନାରେ ୭ ମୃତ

ଭୁବନେଶ୍ୱର : ରାଜ୍ୟରେ କରୋନା ପୁଣି ୭ ଜଣଙ୍କ ଜୀବନ ନେଇଛି । ଫଳରେ କରୋନା ଜନିତ ମୃତୁ୍ୟସଂଖ୍ୟା ୧୯୮୮ରେ ପହଁଚିଛି । ଅପରପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୧୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୫୪୬ ଜଣ କ୍ୱାରେଂଟାଇନରେ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୨୫୭୦ ସଂକ୍ରମିତ ହୋଇଛନ୍ତି ।
ଗତ ୨୪ ଘଂଟା ମଧ୍ୟରେ ଗଞ୍ଜାମରେ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ କଳାହାଣ୍ଡିରେ ଜଣଙ୍କର ମୃତୁ୍ୟ ଘଟିଛି । ସେହିପରି ଖୋର୍ଦ୍ଧାରେ ୧, ପୁରୀରେ ୧, ରାୟଗଡ଼ାରେ ୨ ଓ ସୁନ୍ଦରଗଡ଼ରେ ଜଣଙ୍କର ମୃତୁ୍ୟ ହୋଇଛି । କରୋନାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୪ ଓ ଗଞ୍ଜାମରେ ୨୫୬ ଜଣଙ୍କର ମୃତୁ୍ୟ ହୋଇସାରିଛି ।
Powered by Froala Editor