ଏହି ୧୨ ସାଂସଦଙ୍କ ଉପରୁ ଉଠିବନି ନିଲମ୍ବନ
ଭୁବନେଶ୍ୱର : ସଂସଦରେ ହଙ୍ଗାମା କରିବା ୧୨ ସାଂସଦଙ୍କ ପାଇଁ ମହଙ୍ଗା ପଡିଛି । ୧୨ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ବାଚନିକ ଭୋଟରେ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା । ତେବେ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ବିରୋଧୀ ଦଳ ପକ୍ଷରୁ ଦାବି କରାଯାଇଥିଲେ ମଧ୍ୟ ତାହାକୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ଗ୍ରହଣ କରିନାହାନ୍ତି । ସେମାନଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେବନାହିଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ।
କଂଗ୍ରେସ ସାଂସଦ ଫୁଷଦବୀ ନେତମ, ଛାୟା ବର୍ମା, ରିପୁନ ବୋରା, ରାଜାମନି ପଟେଲ, ସୈୟଦ ନାସିର ହୁସେନ ଓ ଅଖିଳେଶ ପ୍ରସାଦ ସିଂହଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ତୃଣମୂଳ କଂଗ୍ରେସ ସାଂସଦ ଡୋଲା ସେନ, ଓ ଶାନ୍ତା ଛେତ୍ରୀ ଚଳିତ ଅଧିବେଶନ ପାଇଁ ନିଲମ୍ବିତ ହୋଇଛନ୍ତି । ଏତଦବ୍ୟତୀତ ଶିବସେନାର ପ୍ରିୟଙ୍କା ଚତୁର୍ବେଦୀ, ଅନୀଲ ଦେଶାଇ, ସିପିଏମର ଇଲାମରମ କରିମ ଓ ସିପିଆଇର ବିନୟ ବିଶ୍ୱମଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି ।
Powered by Froala Editor