ସାଂଘାତିକ ରିପୋର୍ଟ, ପୁରୁଷ ମାନଙ୍କ ତୁଳନାରେ ମଦ ପ୍ରତି ଅଧିକ ଆଗ୍ରହିତ ମହିଳା
ଭୁବନେଶ୍ବର: ରାଜ୍ୟର ବୃଦ୍ଧି ପାଉଥିବା ମଦ୍ୟପାନକୁ ନେଇ ଆସିଲା ସାଂଘାତିକ ରିପୋର୍ଟ । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ବୃଦ୍ଧି ପାଉଛି ମଦ୍ୟପାନ ଓ ଟୋବାକୋ ସେବନକାରୀଙ୍କ ସଂଖ୍ୟା । ପୁରୁଷ ମାନଙ୍କ ତୁଳନାରେ ମଦ ପ୍ରତି ଅଧିକ ଆଗ୍ରହିତ ମହିଳା । ଏଥି ସହ ଏନେଇ ୨୦୨୦ -୨୧ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ NFHS-5 ରିପୋର୍ଟରେ ଏଭଳି ତଥ୍ୟ ପ୍ରକାଶ ପାଇଛି। ଓଡ଼ିଶାର ସହରାଞ୍ଚଳରେ ୧୫ ବର୍ଷରୁ ଉର୍ଦ୍ଧ୍ବ ୨୨.୭ ପ୍ରତିଶତ ପୁରୁଷ ମଦ୍ୟପାନ କରୁଥିବା ବେଳେ ଗ୍ରାମାଞ୍ଚଳରେ ଏହା ୩୦.୨ ପ୍ରତିଶତ ଵ୍ୟଵହାର କରୁଛନ୍ତି। ସେହିଭଳି ଭାବରେ ସହରାଞ୍ଚଳରେ ମଦ୍ୟପାନ କରୁଥିବା ୧୫ ବର୍ଷରୁ ଉର୍ଦ୍ଧ୍ବ ମହିଳାଙ୍କ ସଂଖ୍ୟା ୧.୪ ପ୍ରତିଶତ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ଏହା ୪.୯ ପ୍ରତିଶତ ରହିଛି।
ତେବେ ମୋଟ ଆକାରରେ ଦେଖିଲେ ରାଜ୍ୟରେ ମଦ୍ୟପାନ କରୁଥିବା ମହିଳା ହେଉଛନ୍ତି ୪.୩ ଏବଂ ପୁରୁଷ ମାନେ ହେଉଛନ୍ତି ୨୮.୮ ପ୍ରତିଶତ। ସେହିପରି ଭାବରେ ଟୋବାକୋ ସେବନରେ ମଧ୍ୟ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ବ୍ୟବହାର କରାଯାଉଛି। ରିପୋର୍ଟ ଅଧାରରେ ସହରାଞ୍ଚଳରେ ଟବାକୋ ସେବନ କରୁଥିବା ପୁରୁଷ ୪୦.୫ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ରହିଛନ୍ତି ୫୪.୧ ପ୍ରତିଶତ। ସେହିପରି ଭାବରେ ସହରାଞ୍ଚଳରେ ମହିଳା ମାନେ ଟବାକୋ ସେବନରେ ରହିଛନ୍ତି ୧୬.୬ ପ୍ରତିଶତ ଓ ଗ୍ରାମାଞ୍ଚଳରେ ରହିଛନ୍ତି ୨୮ ପ୍ରତିଶତ। ମୋଟ ରାଜ୍ୟରେ ୨୬ ପ୍ରତିଶତ ମହିଳା ମାନେ ଟବାକୋ ସେବନ କରୁଥିବା ବେଳେ ୫୧.୬ ପ୍ରତିଶତ ପୁରୁଷ ମାନେ ସେବନ କରୁଛନ୍ତି ।
Powered by Froala Editor