ମିଳିଲା ଅନୁମତି, ବଟାନିକାଲ ଗାର୍ଡେନରେ ବଣଭୋଜିର ମଜା ଉଠାଇ ପାରିବେ ପର୍ୟ୍ୟଟକ
ନନ୍ଦନକାନନ: ତିନି ମାସର ବ୍ୟବଧାନ ପରେ ଡିସେମ୍ବର ପହିଲାରୁ ବଟାନିକାଲ ଗାର୍ଡେନରେ ବଣଭୋଜିର ମଜା ଉଠାଇବାକୁ ଯାଉଛନ୍ତି ପର୍ୟ୍ୟଟକ। ପର୍ୟ୍ୟଟନ ଋତୁ ଆରମ୍ଭ ହୋଇଥିବାରୁ ଏଥିପାଇଁ ସବୁଜ ସଙ୍କେତ ଦେଇଛନ୍ତି ପିସିସିଏଫ୍ ଶଶି ପଲ।
କରୋନା କଟକଣାକୁ ଦୃଷ୍ଟିରେ ରଖି ପ୍ରାଥମିକ ପର୍ୟ୍ୟାୟରେ ଦୁଇ ଭାଗରେ ବିଭକ୍ତ କରାଯାଇଥିବା ଛୋଟ ଓ ବଡ ଦଳଙ୍କୁ ବଣଭୋଜିର ସୁଯୋଗ ଦିଆଯିବ। ୨୦ଜଣିଆ ଦଳ ପାଇଁ ୩୦୦ଟଙ୍କାରେ ଛୋଟ ପେଣ୍ଡି ଅନଲାଇନ (ସଂଚାର ମାଧ୍ୟମରେ) ଓ ଅଫଲାଇନରେ ବୁକ୍ କରିପାରିବେ। ସେହିପରି ୩୦ ଜଣିଆ ଦଳ ପାଇଁ ୫୦୦ଟଙ୍କାରୁ ୧୬ଶହ ଟଙ୍କା ପର୍ୟ୍ୟନ୍ତ ବଡ ପେଣ୍ଡିରୁ ଆରମ୍ଭ କରି ସ୍ପେଶାଲ ଓ ସ୍ବତନ୍ତ୍ର ପେଣ୍ଡି ଅନଲାଇନରେ ବୁକ କରିପାରିବେ ବୋଲି ରାଜ୍ୟଉଭିଦ ଉଦ୍ୟାନର ସହକାରୀ ବନସଂରକ୍ଷକ ବନମାଳୀ ସାହୁ କହିଛନ୍ତି। ପର୍ୟ୍ୟଟକମାନେ ଉଦ୍ୟାନର ସବୁଜଭରା ବୃକ୍ଷଲତା ସହ ପ୍ରଜାପତି ଉଦ୍ୟାନ, ମୋଗଲ ଉଦ୍ୟାନ, ଗୋଲାପ ଉଦ୍ୟାନ, କାଚଘର ସମେତ ବିଭିନ୍ନ ପ୍ରଜାତିର ଉଦ୍ୟାନ ଶୋଭାରାଜିକୁ ବୁଲି ଦେଖିବା ସହ ବଣଭୋଜିର ମଜ୍ଜା ଉଠାଇ ପାରିବେ।
Powered by Froala Editor