କ୍ୟାଡର ମାଓବାଦୀ ମୃତ
ବଲାଙ୍ଗୀର : ବଲାଙ୍ଗୀରରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ଜଣେ କ୍ୟାଡର ମାଓବାଦୀର ମୃତ୍ୟୁ ହୋଇଛି । ସଂପୃକ୍ତ ଅଞ୍ଚଚଳରେ ପୋଲିସର ସର୍ଚ୍ଚ ଅପରେସନ ଜାରି ରଖିଛି ।
ସୂଚନା ଅନୁସାରେ ବଲାଙ୍ଗୀର ଖପ୍ରାଖୋଲ ବ୍ଲକ ଅଞ୍ଚଳର ଯୁନାନିବାହଳ ଗ୍ରାମ ନିକଟରେ ପୋଲିସ DVF Force ସହ ମାଓବାଦୀମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଗୁଳି ବିନିମୟ ଶନିବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ବେଳେ କିଛି ଘଣ୍ଟା ମଧ୍ୟରେ ଘଟଣା ସ୍ଥଳରୁ ଜଣେ କ୍ୟାଡର ମାଓବାଦୀର ମୃତଦେହ ପୋଲିସ ଉଦ୍ଧାର କରିଛି।ମୃତ ମାଓବାଦୀର ପରିଚୟ ମିଳି ନଥିବା ବେଳେ ତା ପାଖରୁ ଏକ ବନ୍ଧୁକ ପୋଲିସ ଜବତ କରିଛି। ସେହିପରି ସଂପୃକ୍ତ ଅଞ୍ଚଳରେ ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଥିବା ପୋଲିସ କହିଛି ।
Powered by Froala Editor