ହୁ ହୁ ହୋଇ କାୟା ବିସ୍ତାର କଲାଣି କରୋନା, ପୁଣି ୨୬ ସ୍କୁଲ ଛାତ୍ରୀ ପଜିଟିଭ
କରଞ୍ଜିଆ: ଲେଉଟିଲାଣି କରୋନା । ପୁଣି ଥରେ ହୁ ହୁ ହୋଇ କାୟା ବିସ୍ତାର କଲାଣି କରୋନା ଭୁତାଣୁ । ରାଜ୍ୟରେ କିଛି ଦିନ ହେବ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ପର୍ଯ୍ୟାୟକ୍ରମେ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିଥିଲା । ତେବେ ଶିକ୍ଷନୁଷ୍ଠାନ ଗୁଡିକରେ ଗହଳି ଯୋଗୁଁ ଗତ କିଛି ଦିନ ହେବ ଛାତ୍ରଛାତ୍ରୀ ମାନେ ଅଧିକ ମାତ୍ରାରେ କରୋନା ସଂକ୍ରମିତ ହେଉଛନ୍ତି ।
ନିକଟରେ ବୁର୍ଲା ଭିମସାର ମେଡିକାଲ କଲେଜର ୬୦ ପାଖାପାଖି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡର ଏକ ବାଳିକା ବିଦ୍ୟାଳୟର ୫୩ଜଣ ଛାତ୍ରୀ କରୋନା କବଳରେ ପଡିଥିଲେ । ବର୍ତ୍ତମାନ ଏହିପରି ସ୍ଥିତି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ଚମକପୁର ଆବାସିକ ଆଦିବାସୀ ବାଳିକା ବିଦ୍ୟାଳୟରେ । ଏବେ ଏହି ବାଳିକା ବିଦ୍ୟାଳୟର ୨୬ ଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ତପôର ହୋଇ ଉଠିଛି ।
ଗତ ଦୁଇ ଦିନ ପୂର୍ବରୁ କିଛି ଛାତ୍ରୀ ଅସୁସ୍ଥତା ଅନୁଭବ କରିବାରୁ ସେମାନଙ୍କର ସ୍ୱାବ ଟେଷ୍ଟ ହୋଇଥିଲା । ସେମାନଙ୍କ ମଧ୍ୟରୁ ୨୬ ଜଣ ଛାତ୍ରୀଙ୍କର କରୋନା ପଜିଟିଭ ବାହାରି ଥିଲା । ଏହାପରେ ଗତକାଲି ଆଉ ୧୫ଜଣ ଛାତ୍ରୀଙ୍କ ସ୍ୱାବ ପରୀକ୍ଷା ପାଇଁ ବାରିପଦା ମୁଖ୍ୟ ଚିକିସôାଳୟକୁ ଯାଇଛି । ଉକ୍ତ ସ୍କୁଲରେ ୨୫୯ ଜଣ ଛାତ୍ରୀ ରହି ପାଠ ପଢ଼ୁଥିବା ବେଳେ ୨୦ ଜଣ କର୍ମଚାରୀ ମଧ୍ୟ ରହିଥିବା ସୂଚନା ମିଳିଛି । ପିଲାମାନଙ୍କ ଚିକିସôା ପାଇଁ ଜିଲ୍ଲାପାଳଙ୍କ ନିଦେ୍ର୍ଧଶ କ୍ରମେ ଏକ ଡାକ୍ତରୀ ଟିମ୍ ପହଞ୍ଚି ପିଲାମାନଙ୍କୁ ଚିକିସôା କରୁଛନ୍ତି । ସମସ୍ତ ସଂକ୍ରମିତ ସ୍କୁଲ ପରିସର ଭିତରେ ସଙ୍ଗରୋଧ କେନ୍ଦ୍ରରେ ରହିଛିନ୍ତି ।
Powered by Froala Editor