କରୋନାରୁ ସୁସ୍ଥ ହୋଇ ଏହା କହିଲେ ସୁର ରାଉତରାୟ
ଭୁବନେଶ୍ୱର: ଗତ ୧୭ ନଭେମ୍ବରରେ କରୋନାରେ ସଂକ୍ରମିତ ହୋଇଥିଲେ ବିଧାୟକ ସୁର ରାଉତରାୟ । ଉଭୟ ସୁର ଓ ତାଙ୍କ ପନôୀ ଏକାସଙ୍ଗରେ କରୋନାରେ ସଂକ୍ରମିତ ହୋଇଥିଲେ । ସୁରଙ୍କ ପନôୀ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିସôିତ ହେଉଥିଲେ । କନ୍ତୁ କରୋନା କଟକଣାର ଧଜିଆ ଉଡାଇ ସୁର ସଂକ୍ରମିତ ହୋଇଥିବା ସତ୍ତ୍ୱେ ବାହାରେ ବୁଲିଥିଲେ । ଏଥିପାଇଁ ସୁର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ପରେ ସୁର ସଙ୍ଗରୋଧରେ ରହୁଥିଲେ ।
ତେବେ ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ସୁର । ମହାମାରୀକୁ ମାତ୍ ଦେଇ ସୁସ୍ଥ ହେଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ । ଆଜି ସୁରଙ୍କର କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ସମସ୍ତଙ୍କୁ ସାର୍ଟିଫିକେଟ ଦେଖାଇ ଖୁସି ବ୍ୟକ୍ତ କରିଛନ୍ତି ସୁର । ଏହାସହ ସୁର କହିଛନ୍ତି, ଜେଲ ଯନ୍ତ୍ରଣା ଠାରୁ ଅଧିକ କଷ୍ଟଦାୟକ ସଙ୍ଗରୋଧ ଭାବେ ଏକୁଟିଆ ହୋଇ ଘରେ ରହିବା । ଏହାସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ ଭଗବାନ ନିକଟରେ ପ୍ରାର୍ଥନା କରିଥିବା ପ୍ରତିଟି ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁର ।
କରୋନା କାଳରେ ଯେତେବେଳେ ଅନ୍ୟ ନେତା ମାନେ ସରକାରଙ୍କ ଗାଇଡଲାଇନ ମାନିବା ସହ ଘରେ ରହୁଥିଲେ ସେତେବେଳେ ସୁରଙ୍କୁ ସବୁବେଳେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଥିଲା । କେତେବେଳେ ହସ୍ପିଟାଲରେ ତ ପୁଣି କେତେବେଳେ ଲୋକଙ୍କ ଗହଣରେ । କିନ୍ତୁ କରୋନାର ଦ୍ୱିତୀୟ ଲହରରେ ଅକ୍ସିଜେନ ଅଭାବରୁ ମୃତୁ୍ୟସଂଖ୍ୟା ବଢିବା ପରେ ସୁର କିଛି ମାତ୍ରାରେ ସତର୍କ ହୋଇଥିଲେ । ମୁହଁରେ ମାସ୍କ ପିନ୍ଧି ଲୋକଙ୍କ ଗହଣକୁ ଯାଉଥିଲେ । ତେବେ ଗତ କିଛିଦିନ ହେବ କରୋନା ସଂକ୍ରମଣ କମିବା କାରଣରୁ ସୁରଙ୍କୁ ବିଭିନ୍ନ ସମୟରେ ଅନେକ ଲୋକଙ୍କ ଗହଣରେ ଦେଖିବାକୁ ମିଳୁଥିଲା । ଯେଉଁଥିପାଇଁ ସୁର ସଂକ୍ରମଣର ଶିକାର ହୋଇଥିବା କୁହାଯାଇଥିଲା ।
Powered by Froala Editor