ଏଣିକି ପ୍ରେସକ୍ରିପସନ ଦେଖାଇଲେ ବି ଲୋକଙ୍କୁ ମିଳିବନି କୋଭିଡ ଔଷଧ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଗୋଟିଏ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ଅନ୍ୟପଟେ ଔଷଧର କଳାବଜାରୀ ଆରମ୍ଭ ହୋଇଛି । ଏହି କଳାବଜାରକୁ ଚେକ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏଣିକି ପ୍ରେସକ୍ରିପସନ ଦେଖାଇଲେ ବି ଲୋକଙ୍କୁ କୋଭିଡ ଔଷଧ ନଦେବାକୁ ନିଦେ୍ର୍ଧଶ ଦିଆଯାଇଛି । କୋଭିଡ ଔଷଧର କଳାବଜାରୀ ଓ ଚୋରାଚାଲାଣ ରୋକିବାକୁ ଅନୁଷ୍ଠିତ ବୈଠକରେ ଏଭଳି ନିଦେ୍ର୍ଧଶ ଦିଆଯାଇଛି । ଡିଜିପିଙ୍କ କ୍ୟାମ୍ପ ଅଫିସରେ କ୍ରାଇମବ୍ରାଞ୍ଚ ଏଡିଜି ଯଶୋବନ୍ତ ଜେଠୱାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଭିନ୍ନ ଏଜେନ୍ସି ଓ ଷ୍ଟକିଷ୍ଟମାନଙ୍କୁ କଡ଼ା ତାଗିତ କରାଯାଇଛି । ରାଜ୍ୟ ବାହାରକୁ ଔଷଧ ଚାଲାଣ ନକରିବାକୁ ଏଡିଜି ତାଗିଦ କରିଛନ୍ତି । ପ୍ରେସକ୍ରିପସନ ଦେଖାଇଲେ ବି ଲୋକଙ୍କୁ କୋଭିଡ ଔଷଧ ନଦେବାକୁ ନିଦେ୍ର୍ଧଶ ଦେଇଛନ୍ତି ।
ବୈଠକ ପରେ କ୍ରାଇମବ୍ରାଞ୍ଚ ଏଡିଜି ଯଶୋବନ୍ତ ଜେଠୱା ସୂଚନା ଦେଇ କହିଛନ୍ତି ଯେ, କଳାବଜାରୀ ରୋକିବାକୁ ରାଜ୍ୟରେ ୨୩ଟି ଫ୍ଲଇଂ ସ୍କ୍ୱାଡ ଗଠନ କରାଯାଇଛି । ଟୁଇନ ସିଟି ଲାଗି ୬ଟି ସ୍କ୍ୱାଡ ଗଠନ କରାଯାଇଛି । ବିଭିନ୍ନ ହସ୍ପିଟାଲରେ ଚଢଉ ଜାରି ରହିଛି ବୋଲି ସେ କହିଛନ୍ତି ।
Powered by Froala Editor