କରୋନା ପାଇଁ ୧୦ ଦିନ ସିଲ ହେଲା ଏହି ଆପାର୍ଟମେଣ୍ଟ

ଭୁବନେଶ୍ୱର: କଳ୍ପନା ଛକସ୍ଥିତ ଉକ୍ରଳ ରୟାଲ ରେସିଡେନ୍ସିଂରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ତାହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏହି ରେସିଡେନ୍ସିକୁ ୧୦ ଦିନ ପାଇଁ ସିଲ କରାଯାଇଛି । ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ମେ ୫ ପର୍ଯ୍ୟନ୍ତ ଏହା ବନ୍ଦ ରହିବ । ଏହା ପରିସରକୁ ବିଶୋଧନ କରାଯିବା ସହ ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି । ବିଏମସି ଦ୍ୱାରା ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ବ୍ୟତୀତ ଆଉ କେହି ପ୍ରବେଶ କରିପାରିବେ ନାହିଁ । ଯଦି ଅତ୍ୟାବଶ୍ୟକ ସାମଗ୍ରୀର ଆବଶ୍ୟକତା ପଡେ଼ ତେବେ ୫୫ ନମ୍ବର ୱାର୍ଡ ଅଫିସରଙ୍କୁ ଯୋଗାଯୋଗ କରିବାକୁ କୁହାଯାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ନିଜକୁ ୧୦ ଦିନ ପର୍ଯ୍ୟନ୍ତ ଘର ଆଇସୋଲେସନରେ ରଖିବେ । ପରବର୍ତ୍ତୀ ୭ ଦିନ ଯାଏ ହୋମ କ୍ୱାରେଣ୍ଟାଇନରେ ରହି ସେଲ୍ଫ ମନିଟରିଂ କରିବେ । ଆଉ କେହି ପଜିଟିଭ ଚିହ୍ନଟ ହେଲେ ତୁରନ୍ତ ବିଏମସିକୁ ଖବର ଦେବାକୁ କୁହାଯାଇଛି ।
Powered by Froala Editor