Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, July 05, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ନେଇ ...

  • ଟେଲିଗ୍ରାମ ବିରୁଦ୍ଧରେ କଠୋର ଆଭିମୁଖ୍ୟ ...

  • ୨୩ ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲେ ...

  • ୧୦ରେ ମୋଦୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ

  • ଲଘୁଚାପ କ୍ଷେତ୍ର ସୃଷ୍ଟି: ଏହି ରାଜ୍ୟକୁ ...

  • ସିଆର୍‌ପିଏଫ୍‌ ଯବାନଙ୍କ ଗାଡ଼ି ଓଲଟି ୬ ...

  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

  • ପାକିସ୍ତାନର ଜେଲ୍‌ରେ ୨୫୦ ଭାରତୀୟ ...

  • ଇସ୍ରୋ ମୁଖ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ୍, ...

  • ଜମ୍ମୁ-କାଶ୍ମୀରରେ ବାବା ଅମରନାଥ ଯାତ୍ରା ...

Home ›› ››ରୁଦ୍ରପ୍ରସନ୍ନଙ୍କୁ ମିଳିଲା ଜାତୀୟ ଲାଡଲୀ ମିଡିଆ ଆୱାଡ

ରୁଦ୍ରପ୍ରସନ୍ନଙ୍କୁ ମିଳିଲା ଜାତୀୟ ଲାଡଲୀ ମିଡିଆ ଆୱାଡ

2021-11-21 08:17:07
15475
Share:
Facebook
Twitter
E-Mail
WhatsApp
Telegram
ରୁଦ୍ରପ୍ରସନ୍ନଙ୍କୁ ମିଳିଲା ଜାତୀୟ ଲାଡଲୀ ମିଡିଆ ଆୱାଡ

ଭୁବନେଶ୍ୱର:- ସାମାଜିକ ଲିଙ୍ଗଗତ ସମ୍ବେଦନଶୀଳତାପାଇଁ ଜାତୀୟ ସ୍ତରରେ ଦିଆଯାଉଥିବା ଲାଡଲୀ ମିଡିଆ ଏଣ୍ଡଆଡଭାରଟାଇଜିଂ ଆୱାର୍ଡ ୨୦୨୧ ଘୋଷଣା କରାଯାଇଛି ଓଡିଶାରୁ ବରିଷ୍ଠ ସାମ୍ବାଦିକ ଏବଂ ସ୍ତମ୍ଭକାର ରୁଦ୍ରପ୍ରସନ୍ନ ରଥ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସଂଯୁକ୍ତରାଷ୍ଟ୍ର ଜନସଂଖ୍ୟା କୋଷ ଏବଂ ଭାରତରେ ଥିବା ନରୱେ ଦୂତାବାସର ମିଳିତ ସହଯୋଗରେ ଆୟୋଜିତ ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ସଫଳତାର ସହ ୧୯ ନଭେମ୍ବର ୨୦୨୧  ଶୁକ୍ରବାର ସଂଧ୍ୟାରେ ଅନଲାଇନ୍ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବିଖ୍ୟାତ ସ୍ତମ୍ଭକାର ଫାଏ ଡିସୌଜା ଏବଂ ସମ୍ମାନିତ ଅତିଥିଭାବେ ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା କୋଷର ଭାରତ ପ୍ରତିନିଧି ଶ୍ରୀଯୁକ୍ତ ଶ୍ରୀରାମ ହରିଦାସ ଯୋଗ ଦେଇଥିଲେ । ଏହା ସହିତ ଏହି କାର୍ଯ୍ୟକ୍ରମରେ ପପୁଲେସନ ଫାଉଣ୍ଡେସନର ନିଦେ୍ର୍ଧଶିକା ଡ. ଏ,ଏଲ ସାରଦା ଉପସ୍ଥିତ ଥିଲେ । ଦେଶର ୧୦ଟି ଭିନ୍ନ ଭିନ୍ନ ଭାଷାରେ ଏ ନେଇ ୯୦୦ରୁ ଅଧିକ ଆବେଦନ ଗ୍ରହଣ ହୋଇଥିବାବେଳେ ଏଥିମଧ୍ୟରୁ ୨୩ଟି କାଟାଗୋରୀରେ ପା୍ରୟ ୭୧ଜଣ ସାମ୍ବାଦିକ ଏବଂ ସ୍ତମ୍ଭକାରଙ୍କୁ ପୁରସ୍କୃତ କରାଯାଇଛି ।

ଏହା ସହିତ ପା୍ରୟ ୨୭ ଜଣଙ୍କୁ ସ୍ୱତନ୍ତ୍ର ଜୁରୀ ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ସ୍ୱରୁପ ଏକ ଟ୍ରଫି ଏବଂ ସାର୍ଟିଫିକେଟ୍ ପ୍ରଦାନ କରାଯାଇଅଛି । ବିଭିନ୍ନ ଭାଷାରୁ ଆସିଥିବା ଏହି ଆବେଦନ ପତ୍ରମଧ୍ୟରୁ ଏକ ୬୫ ଜଣିଆ ଜୁରୀ କମିଟି ଚୁଡାନ୍ତ ପୁରସ୍କାର ପ୍ରଦାନ କରିଥିଲେ। ମୁକ୍ତବୃତ ସାମ୍ବାଦିକ ଶ୍ରୀ ରୁଦ୍ର ପ୍ରସନ୍ନ ରଥ ପ୍ରମେୟରେ ୨୦ ଡିସେମ୍ବର ୨୦୨୦ରେ ପ୍ରକାଶିତ ସ୍ତମ୍ଭ ବାହାଘର ଭାଙ୍ଗିଗଲାପରେ ପାଇଁ ଏହି ପୁରସ୍କାର ପାଇଛନ୍ତି । ଗତ ବର୍ଷ ଶ୍ରୀ ରଥ ମଧ୍ୟ ଜାତୀୟ ସ୍ତରରେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ବାହାଘର ଭାଙ୍ଗିଗଲାପରେ ନାରୀମାନଙ୍କ ଉପରେ ପଡୁଥିବା ମନସ୍ତାତ୍ୱିକ ଚାପ ଏବଂ ଏହାର କୁପରିଣାମ ଉପରେ ଶ୍ରୀଯୁକ୍ତ ରଥ ଆଲୋକପାତ କରିଥିବାବେଳେ ଏହାର ନିରାକରଣ କିପରି କରାଯାଇପାରିବ ସେ ନେଇ ଆଲୋକପାତ କରିଥିଲେ । ଏହା ପ୍ରକାଶିତ ହୋଇ ପ୍ରଚୁର ପାଠକୀୟ ଆଦୃତି ଲାଭ କରିଥିବାବେଳେ ଜୁରୀମାନଙ୍କ ଦ୍ୱାରା ଭୂୟସୀ ପ୍ରଶଂସିତ ହୋଇଥିଲା । ଶ୍ରୀଯୁକ୍ତ ରଥ ଏବେ ବିଭିନ୍ନ ଆର୍ନ୍ତଜାତୀୟ ସଂସ୍ଥା ସହ ଯୋଗାଯୋଗ ପରାମର୍ଶଦାତାରୁପେ କାମ କରୁଥିବାବେଳେ ବିଭିନ୍ନଖବରକାଗଜରେ ନିୟମିତ ସ୍ତମ୍ଭ ଲେଖୁଛନ୍ତି । ସେହିପରି ସେ ଟେଲିଭିଜନରେ କ୍ରୀଡା ସମୀକ୍ଷକଭାବେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ନିଜସ୍ୱ ମତ ରଖନ୍ତି ସାମାଜିକ ଗଣମାଧ୍ୟରେ ତାଙ୍କର ପ୍ରକାଶିତ ହେଉଥିବା ହାସ୍ୟ ବ୍ୟଙ୍ଗ ସ୍ତମ୍ଭ ରୁଦ୍ରରଥଙ୍କର ଟେନ୍ ପଏଂଟର ମଧ୍ୟ ବେଶ୍ ଜନାଦୃତି ଲାଭ କରିଛି। ଏହା ବ୍ୟତୀତ ସମ୍ବାଦର ସାମ୍ମାଦିକ ଶ୍ରୀଯୁକ୍ତ ଶୁଭକାନ୍ତ ପଢିହାରୀଙ୍କୁ ତାଙ୍କର ବାଇଲାଇନ୍ ଷ୍ଟୋରୀ ଅସହାୟପରୀମାନଙ୍କ ପାଇଁ ଏହି ପୁରସ୍କାର ମିଳିଥିବାବେଳେ, ସମାଜର କୋରାପୁଟ ପ୍ରତିନିଧି ବିଜୟ ଦ୍ୱିବେଦୀଙ୍କୁ ନିଜର ରିପୋର୍ଟ ବହୁଦେଶୀୟ କମ୍ପାନୀ ଚାକିରୀ ଛାଡି ସଫଳ ପଶୁପାଳକ ହେଲେ ମହିଳା ପାଇଁ ଏହି ପୁରସ୍କାର ମିଳିଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ଯୋଗ ଦେଇ ଶ୍ରୀଯୁକ୍ତ ଶ୍ରୀରାମ ହରିଦାସ କହିଲେ ଯେ ଗଣମାଧ୍ୟମର ମୁଖ୍ୟ ସୋ୍ରତରେ ସାମାଜିକ ଲିଂଗଗତ ସମସ୍ୟାକୁ କେବଳ ଅଧିକରୁ ଅଧିକ ସ୍ଥାନ ଦେବା ହିଁ ଯଥେଷ୍ଟ ହେବ ନାହିଁ ବରଂ ଆମକୁ ଏହା ସୁନିଶ୍ଚିତ କରିବାକୁ ପଡିବ ଯେ ଏହି ସାମାଜିକ ଲିଂଗଗତ ପରିଚୟ ଗୁଡିକ ଗଣମାଧ୍ୟମରେ ଉପଯୁକ୍ତଭାବେ ସ୍ଥାନ ପାଉଛି । ତେଣୁ ସ୍ୱାସ୍ଥ୍ୟ, ଶିକ୍ଷା, କିମ୍ବା ବ୍ୟବସାୟପରି ନିୟମିତ ଷ୍ଟୋରୀ ହେଉ କିମ୍ବା ଜଳବାୟୁ ପରିବର୍ତନ କିମ୍ବା ମହାମାରୀ ପରି ଅନିୟମିତ ଷ୍ଟୋରୀ ହେଉ ଏହି ସବୁ ଷ୍ଟୋରୀ ପୁରୁଷ, ମହିଳା ଏବଂ ଶିଶୁ ଏବଂ ବିକଳ୍ପ ଲିଙ୍ଗର ଲୋକଙ୍କ ଉପରେ କି ପ୍ରଭାବ ପକାଉଛି ତାହା ଉପରେ ଗବେଷଣା କରିବା ଆବଶ୍ୟକ। ଫଏ ଡିସୌଜାଙ୍କ ମତରେ ଯେତେବେଳେ ବି ମହିଳାମାନଙ୍କୁ ଟେଲିଭିଜନ କାର୍ଯ୍ୟକ୍ରମରେ କୌଣସି କାହାଣୀରେ କେନ୍ଦ୍ରବିନ୍ଦୁରେ ରଖାଯାଇ ଯୋଜନା କରାଯାଇଛି ସେତେବେଳେ ପରିବର୍ତନ ଆସିଛି।

ଏହି ପରିପ୍ରେକ୍ଷୀରେ ସେ ଟେଲିଭିଜନ ଖବରର ସମ୍ପାଦକୀୟବୈଠକର ଉଦାହରଣ ଦେଇ କହିଥିଲେ ଯେତେବେଳେ ମହିଳାମାନଙ୍କୁ କୌଣସି ଖବର କରିବାର ସ୍ୱାଧିନତାଦିଆଯାଇଛି ଏବଂ ନିଜ ବାଗରେ ଏହାକୁ କହିବାର ଅନୁମତି ଦିଆଯାଇଛି ସେତେବେଳେ ଅନେକ ଗୁଣାତ୍ମକ ଖବର ବାହାରକୁ ଆସିଛି । ସେତେବେଳ ଏହା ପରିବର୍ତନ ସୂଚାଇଛି । ସେହିପରି ପପୁଲେସନ ଫାଷ୍ଟ ର ନିଦେ୍ର୍ଧଶିକା ଡ: ଏ ଏଲ ସାରଦା ନିଜ ମତ ରଖି କହିଥିଲେ ଯେ ପ୍ରତିବର୍ଷ ଏହି ପ୍ରତିଯୋଗୀତାରେ ନୂଆ ନୂଆ ବିଷୟ ଉପରେ ଲେଖା ଦେଖିବାକୁ ମିଳୁଛି । ସାଧାରଣ ମାନବୀୟ ଆବେଗ ଥିବା ବିଷୟ ସହ ବୈବାହିକ ଧର୍ଷଣ, ଲକ୍ ଡାଉନ୍ରେ ନାରୀ ଶିକ୍ଷା, ଶିଶୁ ଚାଲାଣ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆମର ଆତ୍ମାକୁ ଉଦ୍୍େରକ କରୁଥିବା ଲେଖା ସବୁ ଦେଖିବାକୁ ମିଳୁଛି । ଆଗାମୀ ଦିନରେ ଅଧିକରୁ ଅଧିକ ସାମ୍ବାଦିକ ଏହି କାର୍ଯ୍ୟକ୍ରମରେ ଯୋଡି ହେବାସହ ସାମାଜିକ ଲିଙ୍ଗଗତ ସମସ୍ୟାକୁ ନେଇ ଲେଖା ଲେଖିବେ ଯାହା ତୃଣମୂଳ ସ୍ତରର ବାସ୍ତବତା ଏବଂ ସାମାଜିକ ସଂକୀର୍ଣ୍ଣତାକୁ ବାହାରକୁ ଆଣିବ ବୋଲି ସେ ଆଶାପ୍ରକାଶ କରିଥିଲେ । ଏହି ୧୧ତମ ଲାଡଲୀ ମିଡିଆ ଏଣ୍ଡ ଆଡଭାରଟାଇଜିଂ ଆୱାର୍ଡ ପୁରସ୍କାର ପ୍ରଦାନ ଅବସରରେ ଯୁବ ସଂଗୀତ ଶିଳ୍ପୀ ବଂଶୀକା ଜରାଳ ବାଦ୍ୟଯନ୍ତ୍ରରେ ସଂଗୀତ ପରିବେଷଣ କରିଥିଲେ ।

Powered by Froala Editor

Tags Rudra prasanna ratha

Related articles Odisha News Lens 4.1

  • ୨୩ ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର
    ଦେଶ-ଦେଶାନ୍ତର

    ୨୩ ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର

    13723
    Jul 04, 2026
  • ଇସ୍ରୋ ମୁଖ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ୍, ପୋଲିସର ବ୍ୟାପକ ତଲାସି ଅଭିଯାନ
    ଦେଶ-ଦେଶାନ୍ତର

    ଇସ୍ରୋ ମୁଖ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ୍, ପୋଲିସର ବ୍ୟାପକ ତଲାସି ଅଭିଯାନ

    15084
    Jul 02, 2026
  • ସିଆର୍‌ପିଏଫ୍‌ ଯବାନଙ୍କ ଗାଡ଼ି ଓଲଟି ୬ ଆହତ
    ଦେଶ-ଦେଶାନ୍ତର

    ସିଆର୍‌ପିଏଫ୍‌ ଯବାନଙ୍କ ଗାଡ଼ି ଓଲଟି ୬ ଆହତ

    14796
    Jul 03, 2026
  • ଜମ୍ମୁ-କାଶ୍ମୀରରେ ବାବା ଅମରନାଥ ଯାତ୍ରା ଆରମ୍ଭ
    ଦେଶ-ଦେଶାନ୍ତର

    ଜମ୍ମୁ-କାଶ୍ମୀରରେ ବାବା ଅମରନାଥ ଯାତ୍ରା ଆରମ୍ଭ

    15987
    Jul 02, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା
    ବିଶେଷ

    ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    14902
    Jul 03, 2026
  • ଟେଲିଗ୍ରାମ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ, ପାଇରେସି ନୋଟିସ ଜାରି
    ଦେଶ-ଦେଶାନ୍ତର

    ଟେଲିଗ୍ରାମ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ, ପାଇରେସି ନୋଟିସ ଜାରି

    15617
    Jul 04, 2026
  • ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ନେଇ ହିନ୍ଦୁ ସମାଜ ବିଜେପିକୁ କ୍ଷମା ଦେବେ ନାହିଁ: ...
    ଦେଶ-ଦେଶାନ୍ତର

    ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ନେଇ ହିନ୍ଦୁ ସମାଜ ବିଜେପିକୁ କ୍ଷମା ଦେବେ ନାହିଁ: ...

    14812
    Jul 04, 2026
  • ଲଘୁଚାପ କ୍ଷେତ୍ର ସୃଷ୍ଟି: ଏହି ରାଜ୍ୟକୁ ହାଇ ଆଲର୍ଟ
    ଦେଶ-ଦେଶାନ୍ତର

    ଲଘୁଚାପ କ୍ଷେତ୍ର ସୃଷ୍ଟି: ଏହି ରାଜ୍ୟକୁ ହାଇ ଆଲର୍ଟ

    15503
    Jul 03, 2026
  •  ପାକିସ୍ତାନର ଜେଲ୍‌ରେ ୨୫୦ ଭାରତୀୟ ନାଗରିକ ବନ୍ଦୀ
    ଦେଶ-ଦେଶାନ୍ତର

    ପାକିସ୍ତାନର ଜେଲ୍‌ରେ ୨୫୦ ଭାରତୀୟ ନାଗରିକ ବନ୍ଦୀ

    14557
    Jul 02, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୧୦ରେ ମୋଦୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ

    13649
    Jul 03, 2026
  • ଦେଶ-ଦେଶାନ୍ତର

    ଜମ୍ମୁ-କାଶ୍ମୀରରେ ବାବା ଅମରନାଥ ଯାତ୍ରା ଆରମ୍ଭ

    15987
    Jul 02, 2026
  • ବିଶେଷ

    ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    14902
    Jul 03, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16964
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17575
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17627
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18024
    Sep 06, 2023

ବିଶେଷ

  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    14902
    Jul 03, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    14551
    Jun 30, 2026
  • ଘରକୁ ଥଣ୍ଡା ରଖନ୍ତୁ ଏମିତି

    14320
    Jun 28, 2026
  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

    15938
    Jun 26, 2026
  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା

    15811
    Jun 24, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15795
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15697
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13801
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14909
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସିଆର୍‌ପିଏଫ୍‌ ଯବାନଙ୍କ ଗାଡ଼ି ଓଲଟି ୬ ଆହତ

    14796
    Jul 03, 2026
  • ୧୦ରେ ମୋଦୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ

    13649
    Jul 03, 2026
  • ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ନେଇ ହିନ୍ଦୁ ସମାଜ ବିଜେପିକୁ କ୍ଷମା ଦେବେ ନାହିଁ: ଉଦ୍ଧବ ଠାକ୍‌ରେ

    14812
    Jul 04, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In