ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଶପଥ ଗ୍ରହଣ

ନୂଆଦିଲ୍ଲୀ: ନବନିଯୁକ୍ତ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି । ସୁପ୍ରିମକୋର୍ଟର ୪୮ ତମ ମୁଖ୍ୟ ବିଚାରପତିଭାବେ ଶନିବାର ଜଷ୍ଟିସ ଏନ.ଭି ରମଣା ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥ ପାଠ କରାଇଛନ୍ତି । ଜଷ୍ଟିସ ଏନ.ଭି ରମଣା ୨୦୨୨ ଅଗଷ୍ଟ ୨୨ ତାରିଖ ଯାଏଁ ଦାୟତ୍ୱରେ ରହିବେ ବୋଲି ଜଣାଯାଇଛି ।
Powered by Froala Editor