ଓଡ଼ିଶାରେ ଅକ୍ସିଜେନ ଅଭାବ ନାହିଁ: ଡିଏମଇଟି
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଅଧିକାଂଶ ସ୍ଥାନରେ ବେଡ ଓ ଅକ୍ସିଜେନର ଅଭାବ ନେଇ ଚର୍ଚ୍ଚା ହେଉଥିବାବେଳେ ଏହାକୁ ଡିଏମଇଟି ସିବିକେ ମହାନ୍ତି ଖଣ୍ଡନ କରିଛନ୍ତି ।
ରାଜ୍ୟର କରୋନା ସ୍ଥିତି ନେଇ ଶ୍ରୀ ମହାନ୍ତି କହିଛନ୍ତି ଯେ, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି । ରାଜ୍ୟରେ ବେଡ ମହଜୁଦ ଅଛି । ଯେଉଁଠି ଆବଶ୍ୟକ ବ୍ୟବସ୍ଥା ହେଉଛି । ରାଜ୍ୟରେ ଅକ୍ସିଜେନ ଉପଯୁକ୍ତ ପରିମାଣର ମହଜୁଦ ଅଛି । କୋଭିଡ କେୟାର ସେଣ୍ଟରରେ ମଧ୍ୟ ଅକ୍ସିଜେନ ବ୍ୟବସ୍ଥା କରାଯାଇଛି । ମେ ମାସ ବେଳକୁ କରୋନା ପିକରେ ରହିବା ସମ୍ଭାବନା ଅଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଅନ୍ୟପକ୍ଷରେ ଭୟଭୀତ ନହୋଇ ମେଡିକାଲ ନଆସିବାକୁ ସେ କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, କରୋନା ମହାମାରୀ ବ୍ୟାପକ ରୂପ ଧାରଣ କରିଥିବା ବେଳେ ମେଡ଼ିକାଲଗୁଡ଼ିକରେ ଅକ୍ସିଜେନର ଘୋର ସଙ୍କଟ ଦେଖାଦେଇଛି। ଅକ୍ସିଜେନର ସଙ୍କଟକୁ ସୁଧାରିବା ପାଇଁ ଇସ୍ପାତ କାରଖାନାଗୁଡ଼ିକରେ ମହଜୁଦ ତରଳ ଅକ୍ସିଜେନ୍କୁ ମେଡ଼ିକାଲଗୁଡ଼ିକୁ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଅନୁରୋଧ କରି ଏକ କମିଟି ଗଠନ କରିବା ପରେ ଟାଟା ଷ୍ଟିଲର କଳିଙ୍ଗନଗର, ଢେଙ୍କାନାଳ ଓ ଜାମସେଦପୁର କାରଖାନାରୁ ଦୈନିକ ୩ଶହରୁ ୪ଶହ ଟନ ତରଳ ଅକ୍ସିଜେନ ଯୋଗାଇ ଦେଇବାକୁ ବ୍ୟବସ୍ଥା କରାଯାଇଛି।
Powered by Froala Editor