ବନ୍ଧାହେଲେ କୋଟିପତି ଯନ୍ତ୍ରୀ
ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପର୍ତ୍ତି ଠୁଳ ଅଭିଯୋଗରେ ଗତକାଲି ଭିଜିଲାନ୍ସ ଟିମ୍, ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କୋଟିପତି ସହକାରୀ ଯନ୍ତ୍ରୀ ଋଷିନାଥ ବରାଳଙ୍କ ଘର ସହ ଖୋର୍ଦ୍ଧା, ନୟାଗଡ ଓ ଢେଙ୍କାନାଳର ୪ଟି ସ୍ଥାନରେ ଚଢାଉ କରିଥିଲା । ଭିଜିଲାନ୍ସର ୪ଟି ଟିମ୍ ଏହି ଚଢାଉ କରିଥିଲା । ଭୁବନେଶ୍ୱର ଭିଜିଲାନ୍ସ ବିଭାଗର ୪ଜଣ ଡିଏସପିଙ୍କ ନେତୃତ୍ୱରେ ୮ଜଣ ଇନ୍ସପେକ୍ଟର ଓ ଭିଜିଲାନ୍ସ ବିଭାଗର କର୍ମଚାରୀ ଏହି ଚଢାଉରେ ସାମିଲ ହୋଇଥିଲେ । ଚଢାଉ ସମୟରେ ଗୋଟିଏ ପ୍ଲଟ୍, କାର, ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ଠାବ କରିଥିଲା ଭିଜିଲାନ୍ସ ।
ଏହା ସହିତ ଚଢାଉ ବେଳେ ଋଷିନାଥଙ୍କ ୨ କୋଟି ୭୦ ଲକ୍ଷର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ ହୋଇଥିବା ବେଳେ ଘରୁ ୩୫ ହଜାର ଟଙ୍କାର ପୁରୁଣା ୫ ଶହ ଟଙ୍କିଆ ନୋଟ ଜବତ ହୋଇଥିଲା । ଏହାପରେ ତଙ୍କୁ ଭୁବନେଶ୍ୱରକୁ ଆଣି ଭିଜିଲାନ୍ସ ପଚରାଉଚରା କରୁଥିଲା । ତେବେ ଆଜି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।
Powered by Froala Editor