ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା, ଜାଣନ୍ତୁ କ’ଣ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା, ୩ କୃଷି ଆଇନ ପ୍ରତ୍ୟାହାର । କୃଷକଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଲେ ମୋଦି ସରକାର। ୩ ନୂଆ କୃଷି ଆଇନ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର। ଶୀତ ଅଧିବେଶନରେ ଏନେଇ ସାମ୍ବିଧାନିକ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ବୋଲି ମୋଦୀ କହିଛନ୍ତି ।
ଦେଶବାସୀଙ୍କୁ ଆଜି ସମ୍ବୋଧନ କରି ମୋଦୀ ଏହି ଘୋଷଣା କରିଛନ୍ତି । ବିରୋଧକୁ ଦୃଷ୍ଟିରେ ରଖି ୩ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରାଗଲା ବୋଲି ମୋଦୀ କହିଛନ୍ତି । ଏଥିସହ ଆନେ୍ଦାଳନକାରୀ କୃଷକ ନିଜ ଘରକୁ ଫେରି ଯାଆନ୍ତୁ ବୋଲି ମୋଦୀ କହିଛନ୍ତି ।
ସେ କହିଛନ୍ତି ଯେ, କୃଷକଙ୍କ କଲ୍ୟାଣ ପାଇଁ ୩ ନୂଆ କୃଷି ଆଇନ ଅଣାଯାଇଥିଲା । ତେବେ ବାରମ୍ବାର ବୁଝାଇବା ସତ୍ତ୍ୱେ କିଛି ଗୋଷ୍ଠୀ ଏହାକୁ ବିରୋଧ କଲେ । ବୋଧ ହୁଏ କିଛି ଚାଷୀଭାଇଙ୍କୁ ଆମେ ବୁଝାଇବାରେ ବିଫଳ ହେଲୁ । ବିରୋଧକୁ ଦୃଷ୍ଟିରେ ରଖି ୩ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରାଗଲା । ଯାହା ବି କରୁଛି ଦେଶର କଲ୍ୟାଣ ପାଇଁ କରୁଛି । ଚାଷୀଙ୍କ ସମସ୍ୟା, ଅସୁବିଧାକୁ ଅତି ନିକଟରୁ ଦେଖିଛି । କୃଷି କଲ୍ୟାଣକୁ ଅଧିକ ପ୍ରାଥମିକତା ଦେଇଛି । ଦେଶରେ ଶହେରୁ ୮୦ ଜଣ ହେଉଛନ୍ତି କ୍ଷୁଦ୍ରଚାଷୀ।
ପ୍ରକାଶ ଯେ, ଏନଡିଏ ସରକାର ୨୦୨୦ ମସିହାରେ ସଂସଦରେ ବିଲ ପାସ ହେବା ପରେ ମୋହର ମାରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନୂତନ ଚାଷୀ ଆଇନକୁ ନେଇ ଦେଶରେ ଏକ ପ୍ରକାର ଆନ୍ଦୋଳନର ଅଗ୍ନି ଲାଗିଥିଲା । କେନ୍ଦ୍ର ସରକାରଙ୍କ ଏହି କୃଷି ଆଇନକୁ ବିରୋଧ କରି ଶତାଧିକ ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିଲେ ।
Powered by Froala Editor